କୋଟିଏ ଦେଲେ ଆପଣ ଭଗବାନଙ୍କ ଦର୍ଶନ କରିପାରିବେ

ନୂଆ ବର୍ଷର କଟକଣା ମଧ୍ୟରେ ଏଭଳି ଏକ ନିୟମ ଆସିଲା ଭଗବାନଙ୍କ ଦର୍ଶନ ଆପଣ ବାଧ୍ୟତାମୁଳକ ଟିକେଟ କରିବାକୁ ପଡିବ । ନୂଆବର୍ଷରେ ମିଳିବ ତିରୁପତିଙ୍କ ଦର୍ଶନ । କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ କରିପାରିବେ ତିରୁପତିଙ୍କ ଦର୍ଶନ । ଏନେଇ ଅନଲାଇନରେ ତିରୁପତି ତିରୁମାଳା ଅଫିସିଆଲ ୱେବ ସାଇଟ୍ ରେ ସ୍ଲଟ ବୁକିଂ ଆରମ୍ଭ ହୋଇଗଲାଣି । ଟିକଟେ ପିଛା ଦାମ୍ ରହିଛି ୧ କୋଟି ଟଙ୍କା । ଅନ୍ୟପଟେ ଶୁକ୍ରବାର ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କୁ ଅଧିକ ଦେଢ କୋଟି ଦେବାକୁ ପଡିବ । ତେବେ ଜାନୁଆରୀ ମାସ ପାଇଁ ୪ ଲକ୍ଷ ୬୦ ହଜାର ଟିକେଟ ରହିଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ମାନି ତିରୁପତିଙ୍କ ଦର୍ଶନ କରିପାରିବେ ଭକ୍ତ । ଏକ ସୁପର ସ୍ପେସିଆଲିଟି ଶିଶୁ ଡାକ୍ତରଖାନା ନିର୍ମାଣ ସମେତ ତିନୋଟି ପ୍ରମୁଖ ପ୍ରକଳ୍ପ ପାଇଁ ଏହି ପାଣ୍ଠି ବ୍ୟବହାର କରିବାକୁ ବୋର୍ଡ ଯୋଜନା କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଡିସେମ୍ବର ୨୫ରେ, ଟିକେଟ୍ ରିଲିଜ୍ ଘୋଷଣା ପରେ ୧୪ ଲକ୍ଷ ଶ୍ରଦ୍ଧାଳୁ ୱେବସାଇଟ୍ ରେ ସର୍ଚ୍ଚ କରିଥିଲେ । ୫୫ ମିନିଟ୍ ମଧ୍ୟରେ ପୁରା ସ୍ଲଟ୍ ବୁକ୍ ହୋଇଯାଇଥିଲା ।

Leave a Comment