ମହିଳା ଥାନା ପୋଲିସକୁ ହାଇକୋର୍ଟଙ୍କ ଛାଟ

ଭୁବନେଶ୍ୱର – କଥାରେ ଅଛି ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସ । ସତରେ ଏ ଢଗଟିକୁ ଉପଯୁକ୍ତ କାର୍ଯ୍ୟରେ ଲଗାଉଛନ୍ତି ଆମ ଓଡିଶା ପୋଲିସ । ଖାକି ଡ୍ରେସ ଦେହରେ ଗଳେ ଭାବନ୍ତି ଆମେ ଏ ଅଞ୍ଚଚଳର ବାଦଶାହା । ଆସନ୍ତ ସେ ଅଫିସର ଜଚ୍ଚଙ୍କ କିଏ ଯାହାକୁ ହାଇକୋର୍ଟର ଛାଟ ବାଜିଛି ।
ଅବହେଳା, ଖାମଖିଆଲି ଓ ବେପରୁଆ ଅଭିଯୋଗ ମାମଲାରେ ରାଜଧାନୀ ମହିଳା ଥାନା ପୋଲିସକୁ ୫୦ ହଜାର ଟଙ୍କା ଜରିମାନା । ଜାନୁଆରୀ ୭ ତାରିଖ ଭିତରେ ତଦନ୍ତକାରୀ ଅଧିକାରୀଙ୍କୁ ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏକ ନିର୍ଯାତନା ମାମଲାରେ ମହିଳା ଥାନା ପୋଲିସ୍‌କୁ ଅଦାଲତ କେସ୍ ଡାଏରୀ ଏବଂ ଆହତଙ୍କ ଆଘାତଜନିତ ରିପୋର୍ଟ ମାଗିଥିଲେ । ହେଲେ ଏସ୍‌ଆଇ ପ୍ରମିଳା ସାହୁ ସିଡି ଦାଖଲ କରିବା କଥା ତାହା କରିନଥିଲେ । ପୋଲିସ୍‌ର ଏଭଳି ଆଚରଣକୁ ନେଇ ଅଭିଯୋଗକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି କୋର୍ଟ ମହିଳା ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଆସନ୍ତା ୭ ତାରିଖରେ ସିଡି ରିପୋର୍ଟ ସହ ଜରିମାନା ଦାଖଲର ରସିଦ କୋର୍ଟଙ୍କୁ ହସ୍ତଗତ କରିବାକୁ କୁହାଯାଇଛି । ତା’ଛଡା କ’ଣ ପାଇଁ ଆଇଓ ଏମିତି ମନମାନି କରିଥିଲେ ତାହାର କାରଣ ଦର୍ଶାଇବା ସହ ନିଜେ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଆମେ ଏଠି କହିରଖୁଛୁ ପୋଲିସ ଚାକିରି ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ, ସାଧାରଣ ଲୋକଙ୍କ ଟ୍ୟାକ୍ସ ଟଙ୍କାରେ ଦରମା ପାଉଛ ।

Leave a Comment