୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆସିଲା ଏଭଳି ଯୋଜନା

ଭୁବନେଶ୍ୱର – ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଆସିଲା ଏଭଳି ଯେଉଁଥିରେ ୧୮ବର୍ଷରୁ କମ ବୟସ ପିଲାମାନେ ଲାଭବାନ ହୋଇପାରିବେ । ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆମେ ନିର୍ଦ୍ଦେଶ ଦେଇଛୁ କି, ସେମାନଙ୍କ ପାଇଁ ଡେଡିକେଟେଡ଼ ସାଇଟ ଖୋଲିବା ପାଇଁ ସେଠି ଦିନତମାମ ଟିକାକରଣ ଚାଲିବ । ଏହା ସହ ଯେଉଁ ଟିକା କେନ୍ଦ୍ରଗୁଡିକ ବର୍ତ୍ତମାନ ପୂର୍ବରୁ ଅଛି ସେଠି ପୂର୍ବାହ୍ନ ସମୟ ସକାଳ ୮ଟାରୁ ଦିନ ୧ଟା ସୁଦ୍ଧା ପିଲାଙ୍କୁ କେବଳ ଟିକା ଦିଆଯିବ ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ ।୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହେଇଛନ୍ତି ସେମାନେ ଟିକା ନେବାପାଇଁ ଯୋଗ୍ୟ । ଆଧାର ନଥିଲେ ସ୍କୁଲ ଆଇ କାର୍ଡ ଦେଖେଇ ମଧ୍ୟ ପିଲା ଟିକା ପାଇଁ ପଞ୍ଜିକରଣ କରିପାରିବେ । ୩୪ ଲକ୍ଷ ଲୋକ ଏବେ ବି ବାକି ଅଛନ୍ତି ପ୍ରଥମ ଡୋଜ ନେବା ପାଇଁ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି । ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେବ । ବୁଷ୍ଟର ଡୋଜ ନେବା ପାଇଁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ ଦରକାର ନାହିଁ କେବଳ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇ ପାରିବେ । ଆପଣ ମାନେ ଯଦି ବି ଟିକା ନେଇଛନ୍ତି ସରକାରଙ୍କ ନିୟମ ମାନି ଚଳନ୍ତୁ ଓ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।

Leave a Comment