ନୂଆବର୍ଷରେ ଲାଗୁହେଲା ସପ୍ତମ ବେତନ କମିସନ, କିଏ ଏଥିରୁ ପାଇବେ ଲାଭ ପଢନ୍ତୁ ।

ଭୁବନେଶ୍ୱର –ଶିକ୍ଷକଙ୍କ ପାଇଁ ଆସିଲା ନୂଆବର୍ଷର ଉପହାର କେଉଁ ଶିକ୍ଷକ ଏହି ଉପହାର ଲାଭପାଇବେ କେଉଁମାନେ ନିରାସ ହେଉଛନ୍ତି ଆସନ୍ତୁ ଜାଣିବା । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଟ ୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ । ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ, ମାଦ୍ରାସା ଶିକ୍ଷକ ପାଇବେ ଏହା ସହ ଏଡେଡ୍ ବେସରକାରୀ କଲେଜ ଶିକ୍ଷକ ମାନେ ମଧ୍ୟ ପାଇବେ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ ।

ନୂତନ ବର୍ଦ୍ଧିତ ବେତନ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬,୬୬୪ କଲେଜ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡିବ । କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଷ ମହାପାତ୍ର । ସେହିପରି ୫ ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ସରକାର ।

୯୩୮ ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ । କ୍ୟାବିନେଟ୍ ନିଷ୍ପତ୍ତି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଜମି ପଟ୍ଟା ଯୋଗାଇ ଦିଆଯିବ ସହ ବସ୍ତିର ଉନ୍ନତି କରାଯିବ । ୧ ଲକ୍ଷ ୯୦ ହଜାର ପରିବାରର, ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ । ପୂର୍ବରୁ ୧୦୯ ଗୋଟି ମନୁସିପାଲିଟି ଓ ଏନଏସି ୧ ଲକ୍ଷ ୭୫ ହଜାର ପରିବାର ଲାଭବାନ ହୋଇଛନ୍ତି । ଶେଷରେ ଓଡିଶାର ସମସ୍ତ ଶିକ୍ଷକଙ୍କୁ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଆସନ୍ତା ବର୍ଷ ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆମର ଏତିକି ପ୍ରଥନା ।

Leave a Comment