ପୋଲିସ ବିଭାଗରେ ନୂଆ ଡିଜିପି ନେଲେ ଦାୟିତ୍ୱ

ଭୁବନେଶ୍ୱର – ନୂଆବର୍ଷରେ ନୂଆ ଚ୍ୟଲେଞ୍ଜ ନେଇ ପାଦ ଥାପିଛନ୍ତି ନୂଆ ଡିଜିପି । ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଆସୁଛି । ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାଓବାଦୀ ମୁକାବିଲା ଇତ୍ୟାଦି ତାଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ।
ଓଡ଼ିଶାର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନିଲ କୁମାର ବଂସଲ । କଟକ ସ୍ଥିତ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନିଲ ବଂଶଲ । ଓଡ଼ିଶା ପୋଲିସ ଡିଜିପି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଦିଲ୍ଲୀ ସ୍ଥିତ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର । ସେ ମୟୂରଭଞ୍ଜ ଏସ୍‌ପି ଥିଲେ । ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ । ଅମ ତରଫରୁ ନୂଆ ଡିଜିପିଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ।

Leave a Comment