ଓଡିଶା ଉପରେ ଆନ୍ଧ୍ରର ପ୍ରତିଟି ସମୟରେ ଦାଦାଗିରି ବଢିଚାଲିଥିଲେ ମଧ୍ୟ ନବୀନ ସରକାରଙ୍କ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠାଇଲେଣି ସାଧାରଣ ଲୋକେ । ସୀମା ଟପିଲା ଆନ୍ଧ୍ରର ଅଭଦ୍ରାମୀ । ପତିତପାବନ ମନ୍ଦିର ମୂର୍ତ୍ତିରେ ପକାଇଲେ କାଦୁଅ । ନେରିଡି ୱାଲ୍ସ ଗାଁରେ ଥିବା ଶ୍ରୀପତିତପାବନ ମନ୍ଦିର ପ୍ରତିଷ୍ଠା କରିଥିଲେ ଅବସର ପ୍ରାପ୍ତ ଜିଲ୍ଲାପାଳ ଗଦାଧର ପରିଡା । ତେବେ ମନ୍ଦିର ଭିତରେ ଥିବା ପତିତପାବନ ମୂର୍ତ୍ତିର ଚକ୍ଷୁ ଉପରେ କାଦୁଅ ଫୋପାଡ଼ି ଦେଇ ଚାଲିଯାଇଥିବା ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସେପଟେ କୋରାପୁଟ କୋଟିୟାରେ ଆନ୍ଧ୍ରର ଦାଦାଗିରି । ପଞ୍ଚାୟତର ନେରିଡି ୱାଲସା ଠାରେ ଆନ୍ଧ୍ର ସରକାର ପକ୍ଷରୁ ସାପ୍ତାହିକ ହାଟକୁ ଆସୁଥିବା ବ୍ୟବସାୟୀଙ୍କୁ ୪ଟି ଦୋକାନ ଗୃହ ନିର୍ମାଣ ଆରମ୍ଭ କରିବାର ୧୫ ଦିନ ବିତିଛି । ଏହାସହ ନେରୀଡି ୱାଲ୍ସା ଗାଁ ମୁଖ୍ୟ ଫାଟକରେ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଶା ସ୍ୱାଗତ ଫଳକ ଲାଗିଛି । କିନ୍ତୁ ଆନ୍ଧ୍ର ସରକାର ଏବେ ଓଡ଼ିଶାକୁ ଖୋଲା ଚ୍ୟାଲେଞ୍ଜ କରିଛି । ଆନ୍ଧ୍ର ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରିବା ପାଇଁ ପୋଲିସ ଚେକବୋର୍ଡ ରାସ୍ତା ଉପରେ ରଖିଛି । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବୋର୍ଡକୁ ହଟାଯାଇପାରୁନି ।
