ନୂଆବର୍ଷ ମଉଜ ପାଇଁ ଛେଳି ଚୋରୀ କଲେ ଥାନା ବାବୁ, ଚୋରୀ ଛେଳି ଖାଇସାରିବା ପରେ ତାଙ୍କର ଏମିତି ଅବସ୍ଥା

ବଲାଙ୍ଗୀର – ସରକାରଙ୍କ କଟକଣା ତ ଚୁଲିକି ଯାଉ ନୂଆ ବର୍ଷରେ ମଜାମଉଜ ଚାଲିଥାଉ । ଏଠି ସମସ୍ତେ ମଜାମସ୍ତି କଲେ ହେଲେ ପୋଲିସ ବାବୁଙ୍କ ମସ୍ତି ସାଜିଲା ତାଙ୍କ ପାଇଁ କାଳ । ଛେଳି ଚୋରି କରିବା ଓ ଖାଇବା ଘଟଣାରେ ସିନ୍ଧେକେଲା ଥାନାର ଏଏସଆଇ ସୁମନ ମଲ୍ଲିକ ନିଲମ୍ବିତ ହୋଇଥିବା ଜଣାଯାଇଛି । ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ସିନ୍ଧେକେଲା ଥାନାରେ ଏଏସ୍‌ଆଇ ଥିବା ସୁମନ ମଲ୍ଲିକ ଓ କିଛି କର୍ମଚାରୀ ଥାନା ପରିସରକୁ ଚରିବା ପାଇଁ ଆସିଥିବା ଦୁଇଗୋଟି ଛେଳିକୁ ଭୋଜି ଭାତ କରି ଖାଇବା ପାଇଁ କାଟୁଥିଲେ । ଏହି ସମୟରେ ମାଲିକ ସଂକୀର୍ତ୍ତନ ଗୁରୁ ଛେଳିକୁ ଖୋଜି ଖୋଜି ଥାନା ପଛପଟେ ଥିବା ଷ୍ଟାଫ କ୍ୱାର୍ଟର୍ସ ଆଡ଼କୁ ଯାଇଥିଲେ । ଛେଳି ଚିତ୍କାର କରୁଥିବା ଶବ୍ଦ ଶୁଣି ଖୋଜି ଖୋଜି କଟା ଯାଉଥିବା ସ୍ଥାନରେ ପହଞ୍ଚିଥିଲେ । ଉକ୍ତ ଛେଳି ତାଙ୍କର ବୋଲି କହି ପ୍ରତିବାଦ କରିଥିଲେ । ଛେଳି ମାଲିକଙ୍କୁ ଧକ୍କା ମାରିବା ସହ ସାର୍ଟ କଲର ଧରି ଥାନାରେ ପୂରାଇ ଦେବାକୁ ଏଏସ୍‌ଆଇ ସୁମନ ମଲ୍ଲିକ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସିନ୍ଧେକେଲା ଥାନା ସାମ୍ନାରେ ଉତ୍ତେଜନା ଦେଖାଦେଇଥିଲା ।
ପୁଲିସର ଏ ପ୍ରକାର କାର୍ଯ୍ୟକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ । ଶୁକ୍ରବାର ଆଇଆଇସି ଆଲୋକ ବେହେରା ବଲାଙ୍ଗୀର ଏସ୍ପି ଅଫିସକୁ ମିଟିଙ୍ଗ ପାଇଁ ଯାଇଥିଲେ । ଥାନା ସାମ୍ନାରେ ଉତ୍ତେଜନା ହେଉଥିବା ଜାଣି ବଣିକ ସଂଘ ସଭାପତି ସୁବାସ ଜୈନ, ପୂର୍ବତନ ସରପଞ୍ଚ ନରେଶ ଅଗ୍ରୱାଲ, ସମାଜସେବୀ ଅନିଲ ତ୍ରିପାଠୀ, ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ଦୀନେଶ ଜୈନ ପ୍ରମୁଖ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ।
ଥାନାଧିକାରୀଙ୍କୁ ଫୋନରେ ଜଣାଇବା ପରେ ସେ ଦୋଷୀ ବିରୋଧରେ ଦୃ୍‌ଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିବା ପରେ ଉତ୍ତେଜନା କମିଥିଲା । କହିବାରୁ ଉତ୍ତେଜନା କମିଥିଲା । ପରେ ଆଇଆଇସି ଶ୍ରୀ ନାଏକ ଥାନାକୁ ପହଞ୍ଚି ଛେଳି ମାଲିକ ସଂକୀର୍ତ୍ତନ ଗୁରୁ ଓ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ । ଦୋଷୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ପରିବାର ବର୍ଗ କିପରି ନ୍ୟାୟ ପାଇବାକୁ ଚାହୁଛନ୍ତି ବୋଲି ଆଇଆଇସି ପଚାରିଥିଲେ । ଛେଳି ମାଲିକଙ୍କ ପରିବାର ଲୋକେ ଛେଳିର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ । କୁଆଡେ ଶାଳିକୁ ଖୁସି କରିବାପାଇଁ ଖୋଜିଖୋଜି ଏହି ଛେଳିଟିକୁ ପାଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଯାହା ହେଉ ସେ ଶାଳିକୁ ଖୁସି କରନ୍ତୁ କି ସ୍ତ୍ରୀ ବା ପ୍ରେମିକ ଆମର କିଛି କହିବାର ନାହିଁ ସାଧାରଣ ନୀରିହ ଲୋକଙ୍କ ସମ୍ପତିକୁ ବଳପୂର୍ବକ ଲୁଟ କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ପୋଲିସ ଉପରୁ ସମସ୍ତଙ୍କ ଭରଷା ଦୁରେଇଯିବ । । ଖବର ଲେଖାହେବା ବେଳକୁ ପୋଲିସବାବୁଙ୍କୁ ସସପେଣ୍ଡ କରାଯାଇଛି ବୋଲି ଶୁଣିବାକୁ ମିଳିଛିା

Leave a Comment