ବର୍ଷ ଆରମ୍ଭରୁ ଆସିଲା ଛାତିଥରା ଦୁଃଖଦ ଘଟଣା

ଭୁବନେଶ୍ୱର – ବର୍ଷ ଆରମ୍ଭରୁ ଆସିଲା ଏହି ଛାତିଥରା ଦୁଃଖଦ ଘଟଣା । ସବୁ ଥିଲା ଠିକ୍ ଠାକ୍ ହଠାତ ଘଟିିଗଲା ଏମିତି କଥା କ’ଣ କେହି ଜାଣନ୍ତି ନାହିଁ । କିନ୍ତୁ ପ୍ରେମ ପାଇଁ ତାଙ୍କର ଜୀବନ ଯାଇଛି ଏ କଥାଟି ସତ । ବର୍ଷ ଆରମ୍ଭରୁ ଘଟିଛି ଏମିତି ଅଘଟଣ । ପ୍ରେମିକ ସହ ଭିଡିଓ କଲରେ କଥା ହେଉଥିବା ବେଳେ ଝଗଡା ହେଲା । ଆଉ ପ୍ରେମିକା ଜଣକ ନିଜ କାନ୍ଧରୁ ଚୁନି କାଢି ବେକରେ ରଶି ଲଗାଇ ଦେଲେ । ସବୁ ଘଟଥିଲା ଲାଇଭ୍‌, ସବୁ ଦେଖୁଥିଲେ ପ୍ରେମିକ । ଘଟଣା ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତକାଲି ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ଘଟିଛି ଅଘଟଣା । ମୃତକ ଜଣକ ହେଉଛନ୍ତି କୋରାପୁଟ ସୁନାବେଡା ଅଞ୍ଚଳର ପ୍ରଜ୍ଞାମିତା ସେଠୀ(୨୩) । ଇନଫୋସିଟି ଅଞ୍ଚଳର ଏକ ଘରୋଇ କଲେଜରେ ରହି ପ୍ରଜ୍ଞାମିତା ଏମ.ବି.ଏ କରୁଥିଲେ । ଏହାରି ଭିତରେ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାଙ୍କ ଘର ମଧ୍ୟ ସୁନାବେଡା ଅଞ୍ଚଳରେ ।
ପ୍ରଜ୍ଞାମିତା ଯେଉଁ ହଷ୍ଟେଲ ରୁମରେ ରହୁଥିଲେ, ସେହି ରୁମରେ ତାଙ୍କ ସହ ଦୁଇଜଣ ବାନ୍ଧବି ମଧ୍ୟ ରହୁଥିଲେ । ଧାନକଟା ଛୁଟିରେ ଉଭୟେ ଘରକୁ ଯାଇଥିବା ବେଳେ ପ୍ରଜ୍ଞାମିତା ଏକୁଟିଆ ଥିଲେ । ଏହି ସମୟରେ ଭିଡିଓ କଲ କରି ନିଜ ପ୍ରେମିକ ସହ ଗପୁଥିବା ବେଳେ ହଠାତ୍ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ଏବଂ ପ୍ରଜ୍ଞାମିତା ଉତକ୍ଷିପ୍ତ ହୋଇ ଚୁନିକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରେମିକଙ୍କ ସମ୍ମୁଖରେ ସବୁ ଅଘଟଣ ଘଟିଥିଲେ ବି ଏହାକୁ ଅଟକାଇବାକୁ ତାଙ୍କ ପାଖରେ ଚାରା ନ ଥିଲା । ଶେଷରେ ସେ ପ୍ରଜ୍ଞାମିତାଙ୍କ ଦୁଇ ବାନ୍ଧବିଙ୍କୁ ଏ ବାବଦରେ ଜଣାଇଥିଲେ । ପୁଲିସ ଖବର ପାଇବା ପରେ ହଷ୍ଟେଲ ଯାଇ ମୃତଦେହ ଜବତ କରିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏ ଘଟଣାରେ ଖବର ଲେଖାହେବା ବେଳକୁ କାହାରିକୁ ଥାନାରେ ଅଟକ ରଖାଯାଇନାହିଁ ।

Leave a Comment