ମହାମାରିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଏମିତି ଚେତାବନୀ

ନୂଆଦିଲ୍ଲୀ – କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏମିତି ଦେଲା ଚେତାବନୀ ଯାହା ଆପଣଙ୍କ ହୋସ ଉଡିଯିବ । ୨୦୨୨ରେ କରୋନା ମହାମାରୀକୁ ହରାଇ ହେବ ଏଭଳି ଭାବରେ ଟିକାକରଣ କରିବାକୁ ପଡିବ । ଆସନ୍ତୁ ଜାଣିବା ହୁ କଣ ଦେଲା ଚେତାବନୀ । ବୈଶ୍ୱିକ ଟିକାକରଣ ସଫଳ ନହେଲେ ମହାମାରୀ ଯିବନାହିଁ ଏବଂ ଏହା ସଂକ୍ରମଣ କରିଚାଲିଥିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତତି । ‘ହୁ’ ମୁଖ୍ୟ କହିଛନ୍ତି, ବୈଶ୍ୱିକ ଟିକାକରଣ ଶେଷ ନହେଲେ ମହାମାରୀ ଯିବ ବୋଲି ଆମେ ଆଶ୍ୱସ୍ତ ହୋଇପାରିବା ନାହିଁ । ଟିକା ଗଚ୍ଛିତ ରଖିବା ବିରୋଧରେ ସେ ସତର୍କ କରାଇଛନ୍ତି । ଟେଡ୍ରସ୍ କହିଛନ୍ତି, ଟିକା ବଣ୍ଟନରେ ସମାନତା ରହୁନଥିବାରୁ ସଂକ୍ରମଣ ବଢ଼ିବାର ବିପଦକୁ ଏହା ବଢ଼ାଉଛି । ସଂକୀର୍ଣ୍ଣ ଜାତୀୟତାବାଦ ଏବଂ ଟିକା ଗଚ୍ଛିତ ରଖିବା ଦ୍ୱାରା ଯୋଗାଣରେ ବଡ଼ ଅସମତା ଦେଖିବାକୁ ମିଳିଛି । ଏହାଦ୍ୱାରା ବିପଦ ଏତେ ବଢ଼ିଯିବ ଯେ, କିଛି ଆକଳନ କରିହେବ ନାହିଁ । ଟେଡ୍ରସ୍ କହିଛନ୍ତି, ଯଦି ଆମେ ପକ୍ଷପାତକୁ ଶେଷ କରିପାରିବା ତେବେ ଆମେ ମହାମାରୀକୁ ଶେଷ କରିପାରିବା ।

Leave a Comment