ଶତ୍ରୁ ଠାରୁ ରକ୍ଷାପାଇବା ଏଭଳି ଉପାୟ ଆପଣାଇଲେ ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାର ଗ୍ରହକୁ ଶାନ୍ତି କରିବା ପାଇଁ ବିଭିନ୍ନ ପୁଜାପାଠର ଆୟୋଜନ କରାଯାଇଥାଏ । ଗୃହରେ ହୋମ ପୂଜାପାଠ ସହ ମଧ୍ୟ ବଳି ଦେଇଥାନ୍ତି କିଛି ବ୍ୟକ୍ତି ବିଶେଷ । କିନ୍ତୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଶତ୍ରୁଙ୍କଠାରୁ ମୁକ୍ତି ପାଇବାକୁ ରାହୁ-କେତୁ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କଙ୍ଗନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରଶଂସକଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରିଥାନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମନ୍ଦିରରେ ପୂଜା କରୁଥିବା କିଛି ଚିତ୍ର ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି ଯେ ‘ସମଗ୍ର ବିଶ୍ୱରେ କେବଳ ଗୋଟିଏ ରାହୁ କେତୁ ମନ୍ଦିର ଅଛି । ଏହା ତିରୁପତି ବାଲାଜୀଙ୍କ ମନ୍ଦିରଠାରୁ ଖୁବ ନିକଟରେ ଅଛି ।
ପାଞ୍ଚଟି ତତ୍ତ୍ୱ ମଧ୍ୟରୁ ବାୟୁ ତତ୍ତ୍ୱର ଲିଙ୍ଗ ଏଠାରେ ରହିଛି । ଏହା ଏକ ଅଦ୍ଭୁତ ସ୍ଥାନ । ମୋର ପ୍ରିୟ ଶତ୍ରୁମାନଙ୍କଠାରୁ ଟିକିଏ ଦୟା ମାଗିବାକୁ ମୁଁ ଏଠାକୁ ଆସିଛି । ଏହି ବର୍ଷରେ ମୁଁ କମ୍ ପୁଲିସ୍ ଅଭିଯୋଗ / ଏଫଆଇଆର ଏବଂ ପ୍ରେମ ପତ୍ର ପାଇବାକୁ ଚାହୁଁଛି । ଜୟ ରାହୁ କେତୁ ଜି’ ।
ସୂଚନା ଥାଉ କି ୨୦୨୧ ମସିହାରେ କଙ୍ଗନା ଅନେକ ବିବାଦରେ ଫସିଥିଲେ । ତାଙ୍କର ବିବାଦୀୟ ବକ୍ତବ୍ୟ ଏବଂ ତାଙ୍କୁ ନେଇ ହୋଇଥିବା ସମାଲୋଚନାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ । ତାଙ୍କ ବିରୋଧରେ ଅନେକ ମାମଲା କରାଯାଇଥିଲା ଯେଉଁଥିପାଇଁ ତାଙ୍କୁ କୋର୍ଟ ଏବଂ ପୁଲିସ୍ ଷ୍ଟେସନରେ ଚକ୍କର ଲଗାଇବାକୁ ପଡିଥିଲା ।

Leave a Comment