ଆସନ୍ତୁ ଜାଣିବା ପ୍ରମିଳା ତ୍ରିପାଠୀ ଙ୍କ ବିଷୟରେ 5ଟି ଅଜଣା କଥା

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ରେ ତପସ୍ୱିନୀ ଘଟଣା ଚର୍ଚା ର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ତପସ୍ୱିନୀ ଙ୍କ ପାଇଁ ଲଢ଼ୁଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କୁ ନେଇ ସବୁଆଡେ ଚର୍ଚା I ତେବେ କିଏ ଏହି ପ୍ରମିଳା ତ୍ରିପାଠୀ ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା I
ଆପଣମାନେ ଏକ ଘରୋଇ ଟେଲିଭିଜନ ର ଲୋକପ୍ରିୟ ଶୋ ଜୀବନ ଦୋ ଛକି ରେ ଆଶାର ଆଲୋକ ରେ ପ୍ରମିଳା ତ୍ରିପାଠୀ ଙ୍କୁ ଦେଖିଥିବେ I ସମାଜ ପାଇଁ ଏକ ନିଆରା ବ୍ୟକ୍ତିତ୍ୱ ତଥା ସମାଜସେବୀ ପ୍ରମିଳା ଦେବୀ ପରିଚିତ I


ପ୍ରମିଳା ତ୍ରିପାଠୀ ନିଜ ମାମୁ ଘର ଶାଶନ ଗାଁ ଗାଲେରୀ ରେ ଜନ୍ମ ଗ୍ରହଣ କରିଥିଲେ I ବାପା ଗୋପୀନାଥ ତ୍ରିପାଠୀ ପେଶାରେ ଜଣେ ଅମିନ ଥିଲେ I ଛୋଟବେଳେ ବାପା ଲୋକଙ୍କ ସେବା କରୁଥିବା ଦେଖି ସମାଜସେବା ପ୍ରତି ପ୍ରମିଳା ମନ ବଳାଇଥିଲେ ଏବଂ ସମାଜସେବା ରେ ଯେଉଁ ଖୁସି ମିଳୁଥିଲା ସେଥିରେ ସେ ଆତ୍ମସନ୍ତୋଷ ପାଉଥିଲେ I

ସମାଜସେବା ଭିତରେ ପାଠ ପଢ଼ାରେ ସେତେ ମନ ଦେଇପାରିନଥିଲେ ପ୍ରମିଳା ଦେବି I ଅଶୋକ କୁମାର ତ୍ରିପାଠୀ ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହେଇଯାଇଥିଲେ ପ୍ରମିଳା ଦେବୀ ତାଙ୍କର, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି I ସ୍ୱାମୀ ରେଲୱେ ରେ କ୍ୟାଣ୍ଟିନ ଟେଣ୍ଡର ନେଇଥିଲେ, ପ୍ରମିଳା ଦେବୀ ମହିଳା କଲ୍ୟାଣ ସଙ୍ଘ ନାମରେ ଏକ ସେବା ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ I 10 ଜଣ ରୁ ଆରମ୍ଭ ହେଇଥିଲା ତାଙ୍କ ଏହି ଯାତ୍ରା I ପ୍ରମିଳା ଦେବୀ ପୂର୍ବରୁ ବିଜେଡି ର ଜିଲ୍ଲା ସଭାନେତ୍ରୀ ଏବଂ କଂଗ୍ରେସ ରେ ମଧ୍ୟ କିଛିଦିନ ଥିଲେ ଏପରିକି ସେ ଚକ୍ର ଚିହ୍ନ ରେ କାଉନ୍ସିଲର ମଧ୍ୟ ହେଇଥିଲେ

Leave a Comment