ରଥଯାତ୍ରା ସମୟରେ ଜଗା ର ରଥ ଟାଣି ଚର୍ଚା କୁ ଆସିଥିବା ବାହୁବଳୀ ବିଧାୟକ ଅନିଲ ଗୋଛାୟତ ଏବେ ବସିଛନ୍ତି ଧାରଣା ରେ I କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି I ନ୍ୟାୟ ପାଇଁ ନିଜେ ଅନିଲ ପୁରୀ ଜିଲ୍ଲାପାଳ ଙ୍କ ବାସଭବନ ସାମ୍ନାରେ ଧାରଣାରେ ବସିଛନ୍ତି I ସୂଚନା ଅନୁଯାୟୀ ଅନିଲ ଗୋଛାୟତ ଙ୍କ ଘର ମନ୍ଦିର ପାଖରେ, ପୁରୀ ସୌନ୍ଦର୍ଯ୍ୟ କରଣ ପାଇଁ 75 ମିଟର ଉଛେଦ କରାଯାଇଥିବା ବେଳେ ସେଥିରେ ଅନିଲ ଙ୍କ ଘର ଉଛେଦ କରାଯାଇଛି I
କିନ୍ତୁ ଅନିଲ ଙ୍କ ଅଭିଯୋଗ ତାଙ୍କୁ ଉଛେଦ ପୂର୍ବରୁ ସ୍ଥାୟୀ ଜାଗା ଏବଂ ଉପଯୁକ୍ତ ମୂଲ୍ୟ ଦିଆଯାଇନାହିଁ I ଏପରିକି ଏନେଇ ସେ ଅଭିଯୋଗ କରିବାକୁ ତାଙ୍କ ଭାଇ ଙ୍କୁ 3 ତାରିଖ ରେ ଘରେ ପସି ପୋଲିସ ଉଠାଇ ନେଲେ ଏବଂ ହସ୍ପିଟାଲ ରେ ଗୃହବନ୍ଦୀ କରି ରଖିଛନ୍ତି ,ଏବଂ ସୂଈସାଇଡ କରିବାକୁ ମାନସିକ ସ୍ତରରେ ବାଧ୍ୟ କରୁଛନ୍ତି
ଏପରିକି ଅନିଲ ଙ୍କ ମା ଅଭିଯୋଗ କରିଛନ୍ତି କି ତାଙ୍କ ପୁଅ ଠାରୁ ସୂଈସାଇଡ ନୋଟ ଲେଖି କି ରଖିଛନ୍ତି ,ତାଙ୍କୁ ଭୟ ଲାଗୁଛି ଯେ କୌଣସି ମୁହୂର୍ତ ରେ କିଛି ଅଘଟଣ ଘଟିପାରେ I ଅପରପକ୍ଷରେ ପ୍ରସାଶନ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I