ଗୁଣ୍ଡାଗର୍ଦ୍ଦି କରିଥିବା ଅଫିସର୍ ଙ୍କ ରଙ୍ଗ ଛଡେଇ ଦେଲେ ଅର୍ଧେନ୍ଦୁ , ଲୋକ ଙ୍କ ସାମ୍ନା ରେ ଭୁଲ୍ ମାଗିଲେ TPNODL ବରିଷ୍ଠ ଅଧିକାରୀ

ଗତକାଲି ବାଲେଶ୍ୱର ବିଦ୍ୟୁତ ବିଭାଗ TPNODL ରେ ବଡଖବର ସାମ୍ବାଦିକ ଙ୍କୁ ବରିଷ୍ଠ ଅଧିକାରୀ ଦୁର୍ବ୍ୟବହାର କରିବା ସହିତ କ୍ୟାମେରା ଛଡାଇ ନେବାକୁ ଉଦ୍ୟମ କରି ଗେଟ ଆଉଟ କରିବା ଘଟଣା ସାରା ବାଲେଶ୍ୱର ରେ ଚର୍ଚା ପାଲଟି ଥିବା ବେଳେ ,ଏହାକୁ ବଡଖବର ସମ୍ପାଦକ ଅର୍ଧେନ୍ଦୁ ଦାସ ନିଜେ ବାଲେଶ୍ୱର ଜିଲ୍ଲାପାଳ ସାମ୍ନା ରେ ଲାଇଭ ଶୋ କରିଥିଲେ I ସାଧାରଣ ଜନତା ଉତ୍ୟକ୍ତ ହେବାକୁ ବସିଥିବା ବେଳେ ଶେଷରେ ବାଧ୍ୟ ହୋଇ ଦୁର୍ବ୍ୟବହାର କରିଥିବା ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ଶଙ୍କର ରାୟ ଲାଇଭ ଶୋ ରେ ପହଞ୍ଚି ସମସ୍ତଙ୍କ ସାମ୍ନା ରେ ଭୁଲ ମାଗିଥିଲେ I

ଏଭଳି ଭୁଲ ଆଉ କେଭେଁବି କରିବେନି ବୋଲି ପ୍ରତିଶୃତି ଦେଇଥିଲେ I ସୂଚନା ଥାଉ କି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ତାଳପଦା ଗ୍ରାମର ତପନ ସ୍ୱାଇଁ ବିଦ୍ୟୁତ ବିଭାଗର କାମ କରୁଥିଲେ । ୨୦୨୦ ମସିହାରେ ଶ୍ରୀଜଙ୍ଗ ବିଦ୍ୟୁତ ସେକ୍ସନରେ କାମ କରୁଥିବା ବେଳେ ଅଘଟଣ ଘଟି ତାଙ୍କର ୨ ହାତ କଟିଯାଇଥିଲା । ସେବେଠୁ ସହାୟତା ପାଇଂ ସେ ବାରମ୍ବାର ବିଦ୍ୟୁତ ବିଭାଗକୁ ଦୌଡ଼ୁଛନ୍ତି । ହେଲେ କେହି ବି ଶୁଣୁନାହାନ୍ତି ।

ଗତକାଲି ସେ ଅଫିସ ଯାଇଥିବା ବେଳେ ସାମ୍ବାଦିକ ମଧ୍ୟ ଯାଇଥିଲେ କିନ୍ତୁ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ଶଙ୍କର ରାୟ କିଛି ଶୁଣିବା ଆଗରୁ ସାମ୍ବାଦିକ ଙ୍କୁ ଧମକ ଦେଇ ଗେଟ ଆଉଟ କରିଦେଇଥିଲେ I ଏପରିକି ପୋଲିସ ର ଭୟ ମଧ୍ୟ ଦେଖାଇଥିଲେ I ଯାହାକୁ ନେଇ ସାମ୍ବାଦିକ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖା ଯିବା ସହିତ ସାଧାରଣ ଜନତା ମଧ୍ୟ ଉତ୍ୟକ୍ତ ହେବାରେ ଲାଗିଥିଲେ I ସୂଚନା ଥାଉ କି ସିଦ୍ଧାର୍ଥ ଶଙ୍କର ରାୟ ପୂର୍ବରୁ ଏଠାରେ ଥିଲେ ଏବଂ ଏବେ ବଦଳି ହୋଇ ଯାଇଛନ୍ତି କିନ୍ତୁ ସର୍କଲ ହେଡ଼ ଙ୍କ ଅନୁପସ୍ଥିତି ରେ ଅସ୍ଥାୟୀ ଭାର ସମ୍ଭାଳି ଛନ୍ତି I

Leave a Comment