ଓଡ଼ିଆ ସିନେ ଜଗତର ପିତା ,ମହ ଭୀଷ୍ମ କହିଲେ ଭୁଲ ହେବନି, ସେ ଥିଲେ ସମସ୍ତଙ୍କର ଅତି ଆପଣାର କାକା I ପିଲା ଠୁ ବୟସ୍କ ସମସ୍ତେ ତାଙ୍କ ଅଭିନୟ ରେ ଥିଲେ ମନ୍ତ୍ରମୁଗ୍ଧ I ଆଜି କିନ୍ତୁ ସାରା ଓଡିଶା କୁ କନ୍ଦେଇ ଆର ପାରିକି ଚାଲିଯାଇଛନ୍ତି ଓଡିଶା ସିନେ ଜଗତର ସୁନାମଧନ୍ୟ ତାରା I ଯେତେ ବି ଲେଖିଲେ ତାଙ୍କ ପାଇଁ କମ ହେବ, ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ମିହିର ଦାସ 1979 ମସିହାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ତାଙ୍କର ପ୍ରଥମ ଫିଲ୍ମ ଥିଲା ମଥୁରା ବିଜୟ, ଆଉ ଏହାପରେ ସେ ପଛକୁ ଫେରି ଚାହିଁ ନଥିଲେ I
ଗୋଟିକ ପରେ ଗୋଟିଏ ହିଟ ଚଳଚିତ୍ର ଦେଇ ଓଡ଼ିଆ ସିନେ ଜଗତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ I କେବେ ନାୟକ ତ ଆଉ କେବେ ଖଳନାୟକ ଆଉ ଭାଇ ହେଇ ସେ ସମସ୍ତଙ୍କର ମନ କିଣି ନେଇଥିଲେ I ଆଜି ତାଙ୍କୁ ହରେଇ ସାରା ଓଡିଶା ସ୍ତବ୍ଧ ହେଇଯାଇଛି I ଇତି ମଧ୍ୟରେ ପ୍ରାୟ 200 ରୁ ଉର୍ଧ ଚଳଚିତ୍ର ରେ ଅଭିନୟ କରି ସାରିଛନ୍ତି ମିହିର ଦାସ I
ଜୀନା ଙ୍କ ସହିତ ଫେରିଆ ମୋ ସୁନା ଭଉଣୀ ଏବଂ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ସମସ୍ତଙ୍କ ମନ କୁ ଛୁଇଁ ଯାଇଥିଲା I ଅଭିମନ୍ୟୁ ରେ ଖଳନାୟକ କାକା ଭାବେ ଏକ ନିଆରା ଛବି ତିଆରି କରିଥିଲେ ମିହିର ଦାସ I ତାଙ୍କ ସ୍ତ୍ରୀ ସଂଗୀତା ଦାସ 2010 ମସିହାରେ ମୃତ୍ୟୁ ବରଣ କରିସାରିଛନ୍ତି ଏବଂ ଏକମାତ୍ର ପୁତ୍ର ଅମ୍ଲାନ ନାୟକ ଭାବରେ ଓଡ଼ିଆ ସିନେ ଜଗତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ସାରିଛନ୍ତି I
ରାଜନୀତି ରେ ମଧ୍ୟ ପାଦ ଥାପିଥିଲେ ମିହିର I ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ ମିହିର I ତେବେ ଏକ ସାକ୍ଷାତ କାର ରେ ମିହିର କହିଥିଲେ ଶେଷ ସ୍ବପ୍ନ ଲୋକଙ୍କ ପାଖକୁ ଆଉ ଟିକେ ଲାଗି ଯାଆନ୍ତି , ଲୋକଙ୍କ ପାଇଁ ବହୁତ କିଛି କରିବାର ଅଛି,କିନ୍ତୁ ସ୍ବପ୍ନ ଅଧୁରା ରହିଗଲା I
ଏକ ଘରୋଇ ଚାନେଲ ରେ ଜୀବନ ଦୋ ଛକିରେ ଆଶାର ଆଲୋକ ରେ ବହୁ ଦମ୍ପତି ଙ୍କ କଳହ ତୁଟାଇ ଲୋକଙ୍କ ହୃଦୟ ରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିଲେ I ଆଜି ମିହିର ଜୀବନ ଯୁଦ୍ଧ ରେ ହାରି ଯାଇଛନ୍ତି ସତ କିନ୍ତୁ ସାରା ଓଡିଶା ଙ୍କ ହୃଦୟ ରେ ରହିଯାଇଛନ୍ତି I