ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ହେଲେ ସାଧାରଣ ସମ୍ପାଦକ

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ସଜବାଜ ହେଲାଣି ବିଜେଡି I ଅରିନ୍ଦମ ଙ୍କୁ ମିଳିଛି ଗୁରୁ ଦାୟିତ୍ୱ I ଦଳ ପାଇଁ ଲଗାତାର ପ୍ରଚାର ପ୍ରସାର କରୁଥିବା ଅରିନ୍ଦମ ଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ୱ I ବିଜେଡି ତରଫରୁ ଏନେଇ ଏକ ସୂଚନା ଜାରି କରାଯାଇଛି I ସୂଚନା ଅନୁଯାୟୀ ନବରଙ୍ଗପୁରର ପ୍ରଦୀପ ମାଝୀ ଓ ସୁନ୍ଦରଗଡ଼ର ପ୍ରଫୁଲ୍ଲ ମାଝୀଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଧର୍ନୁଜୟ ସିନ୍ଧୁ, ଚନ୍ଦ୍ରଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ସାଧାରଣ ସମ୍ପାଦକ ଭାବେ ଘୋଷଣା କରାଯାଇଛି I

ସେହିଭଳି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟ ଙ୍କୁ ବିଜେଡି ସାଧାରଣ ସମ୍ପାଦକ ଭାବେ ଘୋଷଣା କରାଯାଇଛି I ଏନେଇ ନିଜେ ଅରିନ୍ଦମ ସୋସିଆଲ ମିଡିଆରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି I

Leave a Comment