ନୂଆବର୍ଷ ରେ ସାରା ଓଡ଼ିଶାରେ ଗୁଆଘିଅ ଗୀତ ପୁରା ମାର୍କେଟ ରେ ଚହଳ ପକେଇଥିବା ବେଳେ ଏପରିକି ୟୁଟୁବ ଇଣ୍ଡିଆ ରେ ମଧ୍ୟ ଟ୍ରେଣ୍ଡ କରିଥିଲା I ବୋଧହୁଏ ଓଡ଼ିଆ ଗୀତ ଏଭଳି ଭାଇରଲ ହେବା ପ୍ରଥମ କଥା I ଭିଡିଓ ଟି ମାତ୍ର ଦୁଇ ସପ୍ତାହ ହେବ ରିଲିଜ ହେଇଥିବା ବେଳେ ଦେଢ଼ କୋଟି ରୁ ଉର୍ଧ ଲୋକ ବର୍ତମାନ ସୁଦ୍ଧା ଦେଖି ସାରିଲେଣି I
ଗୀତ ଟି ସମସ୍ତଙ୍କ ମନ କୁ ଛୁଇଁ ଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ତୀବ୍ର ସମାଲୋଚନା କରାଯାଉଛି I ସୋସିଆଲ TALK ନାମରେ ଏକ ଫେସବୁକ ପେଜ୍ ରେ ବଣ୍ଟି ଙ୍କ ଏହି ଗୁଆଘିଅ ଗୀତ କୁ ନେଇ ଜୋରଦାର ବିରୋଧ କରାଯିବା ସହିତ ବଣ୍ଟି ଙ୍କ ଚକୁଳିଆ ପଣ୍ଡା ଗେଟ ଅପ କୁ ନେଇ ସମାଲୋଚନା କରା ଯାଉଛି i ତେବେ ଆପଣଙ୍କ ମତାମତ ଦେବାକୁ ଭୁଲିବେନି i