ଅନୁଭବ ଙ୍କ ବଦଳରେ ରାଜନୀତି କୁ ଆସିବେ କି ବର୍ଷା !

ଭୁବନେଶ୍ୱର ମେୟର ପାଇଁ ମହିଳା ପଦବୀ ଶରଙ୍ଖିତ ଘୋଷଣା ହେବା ପରେ ଏବେ ରାଜନୀତି ପାଣିପାଗ ପୁରା ଉସ୍ମ I କିଏ ହେବେ ଭୁବନେଶ୍ୱର ର ପ୍ରଥମ ମହିଳା ମେୟର I ଅନେକ ନାମ ଚର୍ଚ୍ଚା କୁ ଆସୁଥିବା ବେଳେ ଅଭିନେତ୍ରୀ ବର୍ଷା ଙ୍କୁ ନେଇ ଜୋରଦାର ଚର୍ଚା ଚାଲିଛି I ଗଣମାଧ୍ୟମ ଠାରୁ ସୋସିଆଲ ମିଡ଼ିଆ ସବୁଠି ବର୍ଷା ଙ୍କୁ ନେଇ ଆଲୋଚନା I

ଏମିତିରେ ଅନୁଭବ ଏବଂ ବର୍ଷା ଙ୍କ ପାରିବାରିକ ମାମଲା ରେ ଅନୁଭବ ଙ୍କୁ ବିଜେଡି ତରଫରୁ ବ୍ୟାକଫୁଟ ରେ ରଖାଯାଇଥିବା ବେଳେ କୌଣସି ଗୁରୁତ୍ୱପୂର୍ଣ କାର୍ଯ୍ୟ ରେ ଦେଖିବାକୁ ମିଳୁନାହିଁ,ଉପ ନିର୍ବାଚନ ରେ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ରେ ଅନୁଭବ ଙ୍କ ନାମ ନଥିଲା , କେନ୍ଦ୍ରାପଡା ରେ ମଧ୍ୟ ଅନୁଭବ କୋଣଠେସା I ଏସବୁ ଭିତରେ ବର୍ଷା ଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ମେୟର ପଦବୀ ପାଇଁ ମହିଳା ଶରଙ୍ଖିତ ରଖାଯିବା ଘଟଣା ଚର୍ଚା ଧରିଛି I

ରାଜନୀତିଜ୍ଞ ଙ୍କ ମତନୁଯାୟୀ ହୁଏତ ଅନୁଭବ ଙ୍କୁ ଏଥର ରାଜନୀତି ରୁ ଦୁରେଇ ରଖିବାକୁ ବର୍ଷା ଙ୍କୁ ଆୟୁଧ କରାଯାଇପାରେ I ଯେହେତୁ ବର୍ଷା ଙ୍କ ଲୋକପ୍ରିୟତା ରହିଛି ଏବଂ ଅନୁଭବ ଙ୍କ ବଦଳରେ ଷ୍ଟାର ବି ବିଜେଡି କୁ ମିଳିଯିବ I ତେବେ ଆପଣ କଣ ଭାବୁଛନ୍ତି ମତାମତ ରେ ଲେଖିବେ I

Leave a Comment