ଅପରାଜିତା ଙ୍କୁ ରୋକିବେ ମହିଳା ମେୟର

ଭୁବନେଶ୍ୱର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ କରାଯିବା ପରେ ଏବେ ରାଜ୍ୟ ରାଜନୀତି ପୁରା ଉସ୍ମ ପାଲଟିଛି I ପ୍ରଥମ ଥର ପାଇଁ ଜଣେ ମହିଳା ମେୟର ହେବେ I ତେବେ ଏହାକୁ ଏବେ ରାଜନୀତି ରେ ଅନେକ ଚର୍ଚା ଆଲୋଚନା , ଶୁଣାଯାଉଛି ରାଜଧାନୀ ରେ ବିଜେପି ସାଂସଦ ଅପରାଜିତା ଙ୍କୁ ରୋକିବାକୁ ଏଥରକ ବିଜେଡି ପକ୍ଷରୁ ମାଷ୍ଟର ଷ୍ଟ୍ରୋକ ଖେଳାଯାଇଛି I ଅପରାଜିତା ଯେଉଁ ଭଳି ନିଜର କାୟାବିସ୍ତାର କରି ଚାଲିଛନ୍ତି କେବଳ ଜଣେ ଲୋକପ୍ରିୟ ପରିଚିତ ମହିଳା ହିଁ ତାଙ୍କୁ ଟକ୍କର ଦେଇପାରିବେ I ସେଇ ଦୃଷ୍ଟିରୁ ଏବେ ଭୁବନେଶ୍ୱର ପ୍ରଥମ ମେୟର ପାଇଁ ସାମ୍ନା କୁ ଅନେକ ନାମ ଆସିବାରେ ଲାଗିଲାଣି I ପ୍ରଥମେ ଯେଉଁ ନାମ ବେଶୀ ଚର୍ଚା କୁ ଆସିଛି ସେ ହେଉଛନ୍ତି ଶ୍ରିମୟୀ ମିଶ୍ର I


ଶ୍ରିମୟୀ ମିଶ୍ର : ବଲାଙ୍ଗୀର ରୁ ହେଇଥିଲେ ରାଜ୍ୟ ରାଜନୀତି ରେ ଏକ ପରିଚିତ ନାମ ଶ୍ରିମୟୀ I ବର୍ତମାନ ଓଟିଡିସି ଅଧ୍ୟକ୍ଷା ଥିବାବେଳେ ବିଜେଡି ଦଳର ସେ ଜଣେ ଲୋକପ୍ରିୟ ନେତ୍ରୀ । ଗ୍ରାଉଣ୍ଡ ଲେଭେଲ ଠାରୁ ଆରମ୍ଭ କରି ଥାର୍ଡ଼ ଫ୍ଲୋର ଯାଏଁ ତାଙ୍କ ସମ୍ପର୍କ ଅତି ବଢିଆ I ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଆଶୀର୍ବାଦ ମଧ୍ୟ ଶ୍ରିମୟୀ ଙ୍କ ସହିତ ରହିଛି I

ପ୍ରୀତିନନ୍ଦା ରାଉତରାୟ : ପ୍ରୀତି ହେଉଛନ୍ତି ଡାକ୍ତର ଦାମୋଦର ଙ୍କ ଝିଅ ,ରାଜ୍ୟ ରାଜନୀତି ରେ ଏକ ପରିଚିତ ନାମ , ସେ ସମାଜସେବୀ ତଥା ଲୋକପ୍ରିୟ ଗାୟିକା ମଧ୍ୟ I ପୂର୍ବରୁ ମଧ୍ୟ ବହୁ ଚର୍ଚା ହେଇଛି ଯେ ପ୍ରୀତି ଙ୍କୁ ଭୁବନେଶ୍ୱର ମେୟର କରାଯାଇପାରେ ଯେଉଁଥିପାଇଁ ବିଜେପି ରୁ ମୁଁହ ଫେରାଇ ବିଜେଡି ସପକ୍ଷରେ ଆସିଥିଲେ ଦାମ I

ମୀରା ପରିଡା : ସମାଜସେବୀ ତଥା କିନ୍ନର ମହାସଂଘ ର ଟାଣୁଆ ନେତ୍ରୀ ମୀରା ପରିଡା ଙ୍କ ନାମ ମଧ୍ୟ ବେଶ ଚର୍ଚାରେ I ସବୁ ମହଲ ରେ ମୀରା ଅପା ଭାବେ ପରିଚିତ ଏଥରକ ଯେ ମେୟର ଭାବେ ବିଜେଡି ତରଫରୁ ପଘୋଷଣା କରାଯାଇପାରେ ସେଥିରେ ଚକିତ ହେବାରେ କିଛି ନାହିଁ I

ଇତିରାଣୀ ସାମନ୍ତ :କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭଉଣୀ ତଥା ମାସିକ ପ୍ରକାଶିତ ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଇତିରାଣୀ ଙ୍କ ନାମ ମଧ୍ୟ ଚର୍ଚା କୁ ଆସିଛି I ଇତିସାମନ୍ତ ଜଣେ ସୁ ଲେଖିକା , ସାମ୍ବାଦିକା ଏବଂ ସିନେମା ପ୍ରଯୋଜକ ।

ସୁସ୍ମିତା ବାଗଚି : ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମିତା ବାଗଚିଙ୍କ ନାଁ ମଧ୍ୟ ଚର୍ଚା କୁ ଆସିଛି I ସୁସ୍ମିତା ଜଣେ ସୁ ଲେଖିକା ହେଇଥିବା ବେଳେ ତାଙ୍କ ସ୍ୱାମୀ କୋଭିଡି ସମୟରେ ଦେଇଥିବା ଦାନ ଅର୍ଥ ଏବଂ କ୍ୟାନ୍ସର ହସ୍ପିଟାଲ ପାଇଁ ୪୦୦ କୋଟି ଟଙ୍କା ସମସ୍ତଙ୍କ ପାଖରେ ତାଙ୍କୁ ଲୋକପ୍ରିୟ କରିଦେଇଛି I

ବର୍ଷା ପ୍ରିୟଦର୍ଶିନୀ ! ଅଭିନେତ୍ରୀ ବର୍ଷା ଙ୍କୁ ନେଇ ଜୋରଦାର ଚର୍ଚା ଚାଲିଛି I ଗଣମାଧ୍ୟମ ଠାରୁ ସୋସିଆଲ ମିଡ଼ିଆ ସବୁଠି ବର୍ଷା ଙ୍କୁ ନେଇ ଆଲୋଚନା I ଏମିତିରେ ଅନୁଭବ ଏବଂ ବର୍ଷା ଙ୍କ ପାରିବାରିକ ମାମଲା ରେ ଅନୁଭବ ଙ୍କୁ ବିଜେଡି ତରଫରୁ ବ୍ୟାକଫୁଟ ରେ ରଖାଯାଇଥିବା ବେଳେ ଅନୁଭବ ଙ୍କ ବଦଳରେ ବର୍ଷା ଙ୍କୁ ମଧ୍ୟ ମେୟର ପଦବୀ ଦିଆଯାଇ ଏକ ମାଷ୍ଟର ଷ୍ଟ୍ରୋକ ଖେଳାଯାଇପାରେ I ୟାଙ୍କ ବ୍ୟତୀତ ଲୋପାମୁଦ୍ରା , ସୁଲତା ଦେଓ ଙ୍କ ଙ୍କ ଭଳି ଆହୁରି ମଧ୍ୟ ଟାଣୁଆ ତଥା ଲୋକପ୍ରିୟ ନେତ୍ରୀ ଙ୍କ ନାମ ଏବେ ଚର୍ଚା ରେ ତେବେ ଆପଣ ଙ୍କ ମତ ଅନୁଯାୟୀ କିଏ ହେବେ ଭୁବନେଶ୍ୱର ର ପ୍ରଥମ ମେୟର ? କମେନ୍ଟ ରେ ଲେଖନ୍ତୁ I

Leave a Comment