ଭାରତ ଜ୍ୱାଇଁ ହେବେ ଅଷ୍ଟ୍ରେଲିଆ କ୍ରିକେଟର ମ୍ୟାକ୍ସୱେଲ: ସୋସିଆଲ ମେଡିଆ ରେ ନିମନ୍ତ୍ରଣ ପତ୍ର

ଏହି ମାର୍ଚ୍ଚ ରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ୩୩ ବର୍ଷୀୟ ନାମୀ ଅଷ୍ଟ୍ରେଲିୟାନ କ୍ରିକେଟର ଗ୍ଲେନ ମାକ୍ସୱେଲ । ମାର୍ଚ୍ଚରେ ବାଜିବ ମାକ୍ସୱେଲଙ୍କ ସେହନାଇ । ସେ ଅଷ୍ଟ୍ରେଲିଆନ ଖେଳାଳି ହେଲେ ମଧ୍ୟ ଇଣ୍ଡିଆରେ ତାଙ୍କ ଲୋକପ୍ରିୟତା କଥା ଆମେ ସବୁ ଜାଣୁ  । ପଡିଆରେ ଉଭୟ ବ୍ୟାଟ ଏବଂ ବଲରେ ଜାଦୁ ଦେଖାଉଥିବା ମାକ୍ସୱେଲ ଏବେ ଜଣେ ଭାରତୀୟ ତାମିଲ ଝିଅଙ୍କୁ ବିବାହ କରିବେ ଜଣାପଡିଛି । ଆଉ ଏଥିପାଇଁ ମାକ୍ସୱେଲଙ୍କ ନିର୍ବନ୍ଧ ସରିବା ସହ କାର୍ଡ ମଧ୍ୟ ଛପା ସରିଛି ।

ଏବେ  ମାକ୍ସୱେଲ  ହେବାକୁ ଯାଉଛନ୍ତି ଇଣ୍ଡିଆର ଜ୍ଵାଇଁ । ଭାରତୀୟ ବଂଶୋଭବ ବିନି ଙ୍କୁ ବିବାହ କରିବେ ମାକ୍ସୱେଲ । ମାର୍ଚ୍ଚ ମାସ ୨୭ ତାରିଖରେ ଉଭୟ ବିବାହ କରିବେ ବୋଲି ଜଣ ପଢିଛି  । ତେବେ ଉଭୟଙ୍କ ବିବାହ ନିର୍ବନ୍ଧ ୨୦୨୦ ମସିହାରୁ ମେଲବୋର୍ଣ୍ଣରେ ସରିଥିବା ବେଳେ କୋଭିଡ ମହାମାରୀ କାରଣରୁ ସେମାନେ ବିବାହକୁ ସ୍ଥଗିତ ରଖିଥିଲେ ।

ତେବେ ଦୀର୍ଘ ଦିନର ବ୍ଯବଧାନ ପରେ ଆସନ୍ତା ମାର୍ଚ୍ଚ ୨୭ରେ ଭାରତୀୟ ଅନୁଯାୟୀ ବିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି ଅଲରାଉଣ୍ଡର ମାକ୍ସୱେଲ । ଆଉ ଏନେଇ ତାଙ୍କ କାର୍ଡ ମଧ୍ୟ ଛପା ସରିଛି ବୋଲି ସେ କହିଛନ୍ତି । ବିନି ରମଣ ଜଣେ ତାମିଲ ବ୍ରାହ୍ମଣ ପରିବାରର ହୋଇଥିବାରୁ ତାମିଲ ଭାଷାରେ ସେମାନଙ୍କ ବିବାହ କାର୍ଡ ଛପା ଯାଇଥିବାର ଦେଖିବାକୁ ମିଳିଛି ।ଏହି କାର୍ଡ ଅନୁଯାୟୀ ମାକ୍ସୱେଲ ଏବଂ ବିନି ରମଣଙ୍କ ବିବାହ ସଂପୂର୍ଣ୍ଣ ଭାରତୀୟ ପରମ୍ପରା ଅନୁଯାୟୀ ହେବ ବୋଲି ସୂଚନା ରହିଛି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଆସନ୍ତା ମାର୍ଚ୍ଚ ୨୭ରେ ବିବାହ ନେଇ କାର୍ଡରେ ଉଲ୍ଲେଖ ରହିଛି । ତେବେ ବିନି ରମଣ ଭାରତୀୟ ଝିଅ ହୋଇଥିଲେ ମଧ୍ୟ ସେ ମେଲବୋର୍ଣ୍ଣରେ ଜନ୍ମଗ୍ରହଣ କରିଥିଲେ । ବିନି ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ରାମାନୁଜ ଦାସ ଏବଂ ମାଆ ବିଜୟଲକ୍ଷ୍ମୀ ରମଣ ଅଷ୍ଟ୍ରେଲିଆରେ ରହୁଥିଲେ ।

Leave a Comment