ବିବାହ ବନ୍ଧନ ରେ ବାନ୍ଧି ହେବେ କମେଡି ଷ୍ଟାର ଗୁଲୁଆ , ଭାଲେଣ୍ଟାଇନ ଡେ଼ ରେ ସରିଲା ନିର୍ବନ୍ଧ

ପ୍ରେମ ସପ୍ତାହ ର ପ୍ରେମ ଦିବସ ରେ ହାତ କୁ ଦି ହାତ ହେଇଛନ୍ତି ୟୁଟୁବ ଷ୍ଟାର ଗୁଲୁଆ I ଗତକାଲି ତାଙ୍କର ନିର୍ବନ୍ଧ ସରିଯାଇଛି I ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଗୁଲୁଆ ଓରଫ ଆଶିଷ ଓଡିଶା ରେ ଏକ ଅତି ପରିଚିତ ଚେହେରା I ମେମେ ର ମାଷ୍ଟର କହିଲେ ଭୁଲ ହେବନି , ଗୋଟେ ଖୁସି ହେଉ କି ସଂସ୍ଥା ଚାଲୁ , ଭାତ ଟେ ହେବ ଡାଲି ଟେ ହେବ ଏପରି ଅନେକ ଡାଇଲଗ ତାଙ୍କର ଘରେ ଘରେ ସବୁଦିନିଆ କଥା ରେ ଶୁଣାଯାଏ I

ତେବେ ଗତକାଲି ଗୁଲୁଆ ଙ୍କ ନିର୍ବନ୍ଧ ଥିବାବେଳେ , ନିର୍ବନ୍ଧ ରେ ମଧ୍ୟ କମେଡି କରିବାକୁ ଭୁଲି ନାହାନ୍ତି ସେ ,ରାଣୀ ପଣ୍ଡା ଙ୍କ ସହିତ ଏକ ଫୋଟୋ ପୋଷ୍ଟ କରି ଗୁଲୁଆ ଲେଖିଛନ୍ତି କି ରାଣୀ ପଣ୍ଡା ଙ୍କୁ ବାହା ହେଇଗଲି ,ତେବେ ଏହାର କିଛି ସମୟ ପରେ ସେ ତାଙ୍କ ଭାଲେଣ୍ଟାଇନ ଙ୍କ ଫୋଟୋ ପ୍ରକାଶ କରିଥିଲେ I ନିଜ ବାନ୍ଧବୀ ତଥା ବର୍ଷା ଙ୍କ ହାତ ଧରିଛନ୍ତି ଗୁଲୁଆ I

ବର୍ଷା ଙ୍କୁ ପ୍ରାୟ ଆପଣ ମାନେ ଜାଣିଛନ୍ତି ସେ ପୂର୍ବରୁ ଗୁଲୁଆ ଙ୍କ ସହିତ ଅନେକ ଭିଡିଓ ରେ ନଜର ଆସିଛନ୍ତି ଏବଂ ନିକଟରେ ଗୁଲୁଆ ଙ୍କୁ ସେ ଏକ ବୁଲେଟ ଉପହାର ଦେଇ ଚର୍ଚା ରେ ଥିଲେ I ତେବେ ପ୍ରେମ ଦିବସ ରେ ଦୁଇ ପ୍ରେମ ପଖି ଏକାଠି ହେଇଯାଇଛନ୍ତି ଏବଂ ଆଗାମୀ ଜୀବନ ସୁଖମୟ ହେଉ ,I

ଆପଣଙ୍କୁ ଯୋଡି କେମିତି ଲାଗୁଛି କମେଣ୍ଟ ଦେଇ ଜଣେଇବେ I

Leave a Comment