ଶେଷ ହେଇଯିବ କି ଅନୁଭବ ଙ୍କ ରାଜନୀତି, ଭୁବନେଶ୍ୱର ମେୟର ହେବେ ବର୍ଷା !

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ପାଣିପାଗ ପୁରା ଉସ୍ମ ଥିବାବେଳେ ବିଜେଡି ର ଛାମୁଆ ନେତା ମାନେ ଏବେ ଜୋରଦାର ପ୍ରଚାର ରେ ବ୍ୟସ୍ତ ତେବେ କେନ୍ଦ୍ରାପଡା ରେ ସାଂସଦ ଅନୁଭବ ଙ୍କୁ କୌଣସି ପ୍ରାଥୀ ଙ୍କ ପ୍ରଚାର ରେ ଦେଖିବାକୁ ମିଳୁନାହିଁ , ଅବଶ୍ୟ ଦଳ ମଧ୍ୟ ଅନୁଭବ ଙ୍କୁ ସେତେ ଗୁରୁତ୍ୱ ଦେଉନଥିବା ଚର୍ଚା ହେଉଛି I କୌଣସି ବି ଦଳୀୟ କାର୍ଯ୍ୟ ରେ ଅନୁଭବ ଙ୍କୁ ଦେଖିବାକୁ ମିଳୁନଥିଲା ଯେବେଠୁଁ ବର୍ଷା ଅନୁଭବ ବିବାଦ ଆରମ୍ଭ ହେଇଥିଲା I ଗୋଟେପଟେ ବର୍ଷା ଅନୁଭବ ବିବାଦ ଚାଲିଥିବା ବେଳେ ସେପଟେ ଅନୁଭବ ଙ୍କ ବାନ୍ଧବୀ ଜାଗୃତି ମଧ୍ୟ ଅନୁଭବ ଙ୍କୁ ସମର୍ଥନ ଜଣାଇ ଘଟଣା କୁ ଆହୁରି ଜଟିଳ କରିଦେଇଛନ୍ତି I

ଏପଟେ କିନ୍ତୁ ବର୍ଷା ଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ବର୍ଷା ଙ୍କ ପ୍ରତି ଜନସାଧାରଣ ରେ ସହାନୁଭୂତି ବଢି ବାରେ ଲାଗିଛି I ଅନୁଭବ ମୋଟାମୋଟି କହିବାକୁ ଗଲେ ଓଡିଶା ରାଜନୀତି ରୁ ବହୁ ଦୂରରେ ଥିବାବେଳେ , ଭଦ୍ରକ ରୁ ଢେଙ୍କାନାଳ ଯାଏଁ ବିଜେଡି ପାଇଁ ମାରାଥନ ପ୍ରଚାର କରୁଛନ୍ତି ବର୍ଷା I
ବର୍ଷା ଙ୍କ ଯେଭଳି ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଛି ଚର୍ଚା ହେଉଛି ଏଥର ଅନୁଭବ ଙ୍କ ବଦଳରେ ବର୍ଷା ରାଜନୀତି ରେ ପ୍ରବେଶ କରିବେ , ଅବଶ୍ୟ କିଛିଦିନ ତଳେ ମଧ୍ୟ ଏହି ଚର୍ଚା ହେଉଥିଲା କି ବର୍ଷା ଭୁବନେଶ୍ୱର ମେୟର ହେଇପାରନ୍ତି I


ଭୁବନେଶ୍ୱର ମେୟର ପାଇଁ ମହିଳା ପଦବୀ ଶରଙ୍ଖିତ ଘୋଷଣା ହେବା ପରେ କିଏ ହେବେ ଭୁବନେଶ୍ୱର ର ପ୍ରଥମ ମହିଳା ମେୟର ତାକୁ ନେଇ ଅନେକ ନାମ ଆସିଥିଲା ଯେଉଁଥିରେ ବର୍ଷା ମଧ୍ୟ ପ୍ରମୁଖ ଦାବିଦାର ଥିଲେ I ଏପରି କ୍ଷେତ୍ର ରେ ବର୍ଷା ଙ୍କ ସିଧା ସଳଖ ପ୍ରଚାର ଏହି ଚର୍ଚା କୁ ଆହୁରି ଖୋରାକ ଯୋଗାଉଛି I ତେବେ ଆପଣ କଣ ଭାବୁଛନ୍ତି ମତାମତ ରେ ଲେଖିବେ I

Leave a Comment