ରାଜଭିର ଜୀବନ ବଞ୍ଚାଇବାକୁ 16 କୋଟି ସଂଗ୍ରହ ଚାଲିଛି ଏପଟେ ରାଜଭିର ବାପା ଦାମୀ ହୋଟେଲ ରେ ପିଉଛନ୍ତି ମଦ

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଗୋଟିଏ ଚର୍ଚା ରାଜଭିର I କୁନି ପୁଅ ରାଜଭିର ଦୁରାରୋଗ୍ୟ SMAରେ ଆକ୍ରାନ୍ତ ହେବା ପରେ ଜୀବନ ବଞ୍ଚାଇବା ପାଇଁ ଦରକାର ୧୬ କୋଟିର ଇଞ୍ଜେକସନ । ଗୋଟେ ଗରିବ ପରିବାର ପାଇଁ ଏହା ଏକ ଦିବା ସ୍ବପ୍ନ କିନ୍ତୁ ନିଜ ପୁଅକୁ ବଞ୍ଚାଇବାକୁ ଓଡିଶା ବାସି ଙ୍କ ଦ୍ୱାରସ୍ଥ ହେଇଥିଲେ ରାଜଭିର ଙ୍କ ମା I ଆଉ ଓଡିଶା ବାସି ସହାୟତା ର ହାତ ବଢ଼ାଇ ଚାଲିଥିବା ବେଳେ ଅକସ୍ମାତ ସାମ୍ନା କୁ ଆସିଛି ଏକ ଭିଡିଓ ଯାହାକି ସମସ୍ତଙ୍କୁ ବିସ୍ମିତ କରିଦେଇଛି I

ରାଜଭିର ଙ୍କ ବାପା ଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି I ସୋସିଆଲ ମିଡିଆରେ କୁହାଯାଉଛି କି ରାଜଭିର ଙ୍କ ବାପା ଏକ ଦାମୀ ହୋଟେଲ ରେ ବସି ମଦ୍ୟପାନ କରିବା ସହିତ ଅଣ୍ଡା ରୋଲ ଖାଉଛନ୍ତି I ଭିଡିଓ ଟି ଭାଇରଲ ହେବାରେ ଲାଗିଥିବା ବେଳେ ଏକ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ରାଜଭିର ଙ୍କ ମା କହିଛନ୍ତି କି ଏହା ମଦ୍ୟ ନୁହେଁ ଜୁସ ଅଟେ I ଆମ ପ୍ରତି ଷଡଯନ୍ତ୍ର କରାଯାଉଛି I

ସୂଚନା ଥାଉ କି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଅଧୀନ ଆମ୍ବପଡ଼ା ଛକର ବାସିନ୍ଦା ହେଉଛନ୍ତି କୁଳମଣି ରଣା ଏବଂ ତମଲିକା ଦାସ। କୁଳମଣି ଏକ ଘରୋଇ ସଂସ୍ଥାରେ ଡେଲିଭେରୀ ବୟ ଭାବେ କାର୍ଯ୍ୟ କରନ୍ତି I ରାଜଭିର ହେଉଛନ୍ତି ତାଙ୍କର ଦେଢ଼ ବର୍ଷ ବୟସର ଏକମାତ୍ର ବିସିକେଶନ I ତେବେ କିଏ କହୁଛି ସତ ?  ତେବେ ବର୍ତମାନ ସୁଦ୍ଧା 3କୋଟି ସତୁରି ଲକ୍ଷ ସହାୟତା ଆସିଥିବା ରାଜ୍ୟର ଏକ ପ୍ରମୁଖ ୱେବ ଗଣମାଧ୍ୟମ ପ୍ରସାରଣ କରିଛି  ମତାମତ ଦେବାକୁ ଅନୁରୋଧ I

Leave a Comment