ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ଙ୍କ ଲାଗି ଜନ ଶୁଣାଣି ,ଲୋକଙ୍କ ମନ ଜିଣିଲା ତାଳଚେର TPCODL

ବ୍ୟୁରୋ ରିପୋର୍ଟ  (25.02.2022) ;/ ଗତକାଲି ତାଳଚେର ଡିଭିଜନ ଅନ୍ତର୍ଗତ ଚାଇଁପାଳ ସବ ଡିଭିଜନ ରେ TPCODL ତରଫରୁ ଏକ ସେଟଲମେଣ୍ଟ କାମ୍ପ କରାଯାଇଥିଲା ଯେଉଁଥିରେ କି ବିଦ୍ୟୁତ ଚୋରି ରେ ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ମାନଙ୍କୁ ଏକ ସୁଯୋଗ ଦିଆଯାଇ ଜୋରିମାନା କିଛି ଅଂଶ ରେ ଛାଡ଼ କରାଯାଇଥିଲା I

 

ଜୋରିମାନା ଲାଗୁ ହେଇଥିବା ଉପଭୋକ୍ତା ମାନେ କାମ୍ପ ରେ ପହଞ୍ଚି ଜୋରିମାନା ଅର୍ଥ ପୈଠ କରିଥିଲେ I TPCODL ତରଫରୁ ଏସଡିଓ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଜନ ଶୁଣାଣି କୁ ସୁଚାରୁ ରୂପେ ସଂପର୍ଣ କରିଥିଲେ I ଏହାଦ୍ୱାରା 70 ରୁ ଉର୍ଦ୍ଧ ଉପଭୋକ୍ତା ଲାଭବାନ ହେଇଥିବା ଜଣାପଡିଛି I

ଅପରପକ୍ଷରେ TPCODL ର ଏଭଳି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲ ରେ ସ୍ୱାଗତ କରାଯାଇଛି I ସୂଚନା ଥାଉ କି ବିଦ୍ୟୁତ କ୍ଷେତ୍ର ରେ ଚୋରି କମାଇବାକୁ TPCODL ତରଫରୁ ଘନ ଘନ ଚଢ଼ାଉ କରାଯାଉଛି ଏବଂ ବିଦ୍ୟୁତ ଚୋରି ରେ ସମ୍ପୃକ୍ତ ଥିବା ଉପଭୋକ୍ତା ଙ୍କୁ ଆର୍ଥିକ ଦଣ୍ଡ ରେ ଦଣ୍ଡିତ କରାଯାଉଛି I

Leave a Comment