ୟୁକ୍ରେନର ସାହସୀ ବାଳକ, ମା’ଙ୍କ ପାଇଁ ଏକା ଏକା ଅତିକ୍ରମ କଲେ 1000 କିଲୋମିଟର,ଜାଣନ୍ତୁ ସମ୍ପୂର୍ଣ ଖବର

ଏବେ ସାରା ୟୁକ୍ରେନରେ 11 ବର୍ଷର ବାଳକକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଗୋଳାବାରୁଦର ଗର୍ଜନକୁ ନଡରି ଘରୁ ଗୋଡ କାଢିଥିଲା ଏହି ବାଳକ। ପ୍ରାଣ ବଞ୍ଚାଇବାକୁ ୟୁକ୍ରେନର ପାଖାପାଖି ୧୫ ଲକ୍ଷ ଲୋକ ଦେଶ ଛାଡି ପଳାଇଥିବାବେଳେ ଏହି କୁନି ପୁଅ କିନ୍ତୁ ଅଦମ୍ୟ ସାହାସ ଦେଖାଇଥିଲା। ଗଣମାଧ୍ୟମରେ ୟୁକ୍ରେନବସାୀଙ୍କ ଦୁର୍ବିସହ କାହାଣୀ ଦେଖିବକୁ ମିଳିଥିବାବେଳେ ସାହାସ ଖୋଇ ଚର୍ଚ୍ଚାକୁ ଆସିଛି ୟୁକ୍ରେନର 11 ବର୍ଷର ବାଳକ।


ୟୁକ୍ରେନର ଦକ୍ଷିଣପୂର୍ବ ଜାପୋରିଝିଆ ସହରରୁ ଏହି କୁନି ପୁଅ ବାହାରି ଏକା ଏକା 1000 କିଲୋମିଟର ଯାତ୍ରା କରି ସେଷରେ ସ୍ଲୋଭାକିଆ ସହରରେ ପ୍ରବେଶ କରିଥିଲା। ଦୀର୍ଘ ପଥ ଅତିକ୍ରମ କରିବା ସତ୍ୱେ ପୁଅଟିର ମୁହଁରେ ଟିକେବି ଡର କି ଥକ୍କାପରର ଚିହ୍ନବର୍ଣ୍ଣ ନଥିଲା। ବରଂ ମୁହଁରେ ଲାଖି ରହିଥିଲା ସ୍ମିତ ହସ। ଏତେ କୁନି ପୁଅର ଏପରି ସାହାସକୁ ଚାରିଆଡେ ପ୍ରଶଂସା ହେଉଥିବାବେଳେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


ସ୍ଲୋଭାକିଆର ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଟ୍ୱିଟ କରି ଏହି ସାହସୀ ବାଳକକୁ ‘ଋଷ- ୟୁକ୍ରେନ୍ ଯୁଦ୍ଧର ଅସଲ ନାୟକ- ରିଅଲ ହିରୋ’ ବୋଲି ଆଖ୍ୟା ଦେଇଛନ୍ତି। ପରିବାରର ଜଣେ ବୟସ୍କ ସଦସ୍ୟଙ୍କ ଦେହ ବହୁତ ଖରାପ ଥିବାରୁ ତାଙ୍କର ଦେଖାଶୁଣା କରିବାକୁ ତାଙ୍କ ବାପା , ମା’ ଦେଶ ଛାଡିଯାଇପାରିନଥିଲେ। ହେଲେ ଯୁଦ୍ଧରୁ ନିଜ ପୁଅକୁ ସୁରକ୍ଷିତ ରଖିବାକୁ ଅଭିନବ ବାଟ ଆପଣାଇଥିଲେ। ପୁଅକୁ ଏକୁଟିଆ ଟ୍ରେନରେ ବସାଇ ସ୍ଲୋଭାକିଆ ପଠାଇଦେବାକୁ ନିଷ୍ପତ୍ତି ନେଇଥିଲେ।

ସ୍ଲୋଭାକିଆରେଥିବା ବନ୍ଧୁ ଯେପରି ପୁଅକୁ ଚିହ୍ନିପାରିବେ ସେଥିପାଇଁ ପୁଅର ହାତରେ ବନ୍ଧୁଙ୍କ ଫୋନ ନମ୍ବର ଲେଖିଦେଇଥିଲେ। ବ୍ୟାଗରେ କିଛି ଡ୍ରେସ ଓ ପାଣି ବୋତଲ ରଖିବା ସହ ହାତରେ ପାସେପୋର୍ଟ ଧରାଇ ଟ୍ରେନରେ ଚଢାଇଥିଲେ। କୁନି ପୁଅ ସ୍ଲୋଭାକିଆର ସୀମାରେ ପହଞ୍ଚିବା ପରେ ସେଠାକାର ସୈନିକ ତାଙ୍କୁ ସହଯୋଗ କରିଥିଲେ ଏବଂ ପୁଅର ହାତରେ ଲେଖାଥିବା ଫୋନ ନମ୍ବରରେ କଲ କରିଥିଲେ। ବନ୍ଧୁ ଓ ତାଙ୍କ ପତ୍ନୀ ସେଠାରେ ପହଞ୍ଚି କୁନି ପୁଅକୁ ଘରକୁ ନେଇ ଯାଇଥିଲେ।

Leave a Comment