ୟୁକ୍ରେନ୍ ସାମ୍ନାରେ ୪ ସର୍ତ୍ତ ରଖିଲା ରୁଷିଆ, କହିଲା- ମାନିଲେ ଯୁଦ୍ଧ ଯଥାଶୀଘ୍ର ବନ୍ଦ କରିଦିଆ ଯିବ:-

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି କିନ୍ତୁ ଯୁଧ୍ୟ ଥମିବାର ନାମ ନେଉ ନାହିଁ। କିନ୍ତୁ ଯୁଦ୍ଧ ବିରତି ପାଇଁ ସେହିଭଳି କୌଣସି ଦୃଷ୍ଟାନ୍ତ ପଦକ୍ଷେପ ନିଆଯାଇ ପାରି ନାହିଁ। ଏବେ ୟୁକ୍ରେନ୍ ସାମ୍ନାରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ କିଛି ସର୍ତ୍ତ ରଖିଛି। ୟୁକ୍ରେନ୍‌ର ମିଡିଆ ଦାବି କରିଛି ଯେ, ରୁଷିଆ ୪ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି ଏବଂ କହିଛି ଯେ, ସର୍ତ୍ତମାନିଲେ ତୁରନ୍ତ ଯୁଦ୍ଧ ବନ୍ଦ କରି ଦିଆଯିବ।

ଋଷିୟାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବ୍ରୁଆରୀ 24 ରେ ୟୁକ୍ରେନ ବିରୋଧରେ ଯୁଧ୍ୟ ଘୋଷଣା କରିଥିଲେ। ତାଙ୍କର ଉଧେସ୍ୟ ୟୁକ୍ରେନକୁ ନିୟନ୍ତ୍ରଣ କରିବା ନୁହେଁ,ବଂର ଧ୍ୱଂସ କରିବା ଥିଲା। ୟୁକ୍ରେନ ସାମ୍ନାରେ ରୁଷିଆ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସର୍ତ୍ତ ରଖିଛି।

ରୁଷିଆ ସବୁବେଳେ ୟୁକ୍ରେନକୁ କୌଣସି ଅନ୍ୟ ସଂଗଠନ ସହିତ ସାମିଲ ହେବା ଉପରେ ଅସନ୍ତୁଷ୍ଟ ଦେଖାଇ ଆସୁଛି। ଯୁଧ୍ୟ ସମୟରେ ମଧ୍ୟ ଲଗାତାର ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛି। ରୁଷିଆ ଚାହିଁଛି ଯେ ୟୁକ୍ରେନ ନାଟୋ ଠାରୁ ଦୂରରେ ରହୁ। ନିଜର ସମ୍ବିଧାନ ପରିବର୍ତ୍ତନ କରୁ।

ରୁଷିଆର ୩ୟ ସର୍ତ୍ତ ହେଲା ୟୁକ୍ରେନ୍ କ୍ରୀମିୟାକୁ ରୁଷିଆର ଅଂଶବିଶେଷ ଭାବେ ମାନ୍ୟତା ପ୍ରଦାନ କରୁ। କ୍ରୀମିୟା ଏକଦା ରୁଷିଆର ଅଂଶବିଶେଷ ରହିଥିଲା, ଯାହାକୁ କି 1954ରେ ତତ୍କାଳୀନ ସୋଭିଏତ ସଂଘର ନେତା ନିକିତା ଖ୍ରୁଚ୍ୱେଭ ୟୁକ୍ରେନ୍‌କୁ ଉପହାର ସ୍ୱରୂପ ଦେଇଥିଲେ । 2014 ମାର୍ଚ୍ଚରେ ରୁଷିଆ ଆକ୍ରମଣ କରି କ୍ରୀମିୟାକୁ ରୁଷିଆରେ ସାମିଲ କରିଥିଲା। କିନ୍ତୁ ୟୁକ୍ରେନ୍ ଏହାକୁ ମାନ୍ୟତା ଦେଇନଥିଲା ।

2024ରେ ପୂର୍ବ ୟୁକ୍ରେନ୍‌ର ଡୋନବାସ ରାଜ୍ୟର ଡୋନେତସ୍କ ଓ ଲୁହାନସ୍କ ବିଚ୍ଛିନତାବାଦୀ ମାନେ ନିଜକୁ ଭିନ୍ନ ଦେଶ ଘୋଷିତ କରିଥିଲେ। ୟୁକ୍ରେନ ସହିତ ଲଢ଼େଇ ହେବା ପୂର୍ବରୁ ରୁଷିଆ ଡୋନେତସ୍କ ଓ ଲୁହାନସ୍କକୁ ରୁଷିଆ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା, ଯାହାକୁ କି ୟୁକ୍ରେନ୍ ବିରୋଧ କରିଥିଲା

Leave a Comment