ମୋନାଲିସା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଜାରିହେଲା ତଦନ୍ତ ନିର୍ଦ୍ଦେଶ:-

ଯାଜପୁର ଜିଲ୍ଲାର ସାହସୀ ବୋହୂ ନାମରେ ପରିଚିତ ତଥା ୟୁଟ୍ୟୁବର ମୋନାଲିସା ଭଦ୍ରା ଓ ତାଙ୍କ  ସ୍ବାମୀ ବଦ୍ରୀ ନାରାୟଣ ଭଦ୍ରାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛି ବନ ବିଭାଗ। କଟକ DFOଙ୍କୁ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଅଛି। ବନ୍ୟପ୍ରାଣୀମାନଙ୍କୁ ବେଆଇନ୍ ଭାବେ ଘରେ ରଖିବା, ଓ ନିଜ ସହ ବୁଲାଇବା, ବାହାରେ ଖାଇବାକୁ ଦେଇ ଭିଡିଓ କରିବା ଘଟଣାକୁ ନେଇ ତର୍ଜମା ଚଲାଇଛି ବନ ବିଭାଗ। ଏ ନେଇ ସ୍ନେକ ହେଲ୍ପ ଲାଇନର ମୁଖ୍ୟ ସୁଭେନ୍ଦୁ ମଲ୍ଲିକଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛି ବନ ବିଭାଗ।

ଯାଜପୁର ଜିଲ୍ଲାର ମୋନାଲିସା ଭଦ୍ର, ତାଙ୍କ ସ୍ୱାମୀ ଯାଜପୁରରୁ କାରରେ ଏକ ମାଙ୍କଡ଼ ଛୁଆକୁ ନେଇକି ଆସି, ଏକ ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ସାଂସଦ ଅନୁଭବ ମହାନ୍ତିଙ୍କ ରିଏଲିଟି ସୋରେ ଭାଗ ନେଇଥିଲେ। ସେଇ ସମୟରେ ସାଂସଦ ହସ ହସ ମୁହଁରେ ମୋନାଲିସା ଭଦ୍ର ହନୁ ମାଙ୍କଡ଼ ଛୁଆଟିକୁ ହାତରେ ଧରିଥିବା ବେଳେ ତାଙ୍କ ସହିତ ପୋଜ ମଧ୍ୟ ଦେଇଥିଲେ।

ଭିଡ଼ିଓକୁ ବଦ୍ରି ନାରାୟଣ ଭଦ୍ର ନିଜର ୟୁଟ୍ୟୁବ ଏବଂ ଫେସବୁକ ଆକାଉଣ୍ଟରେ ପୋଷ୍ଟ କଲା ପରେ ଲକ୍ଷ ଲକ୍ଷ ଲୋକ ତାଙ୍କର ସେହି ପୋଷ୍ଟକୁ ଦେଖିଛନ୍ତି। ଭିଡ଼ିଓଟି ଭାଇରାଲ ହେଇଥିଲା। ୟୁଟ୍ୟୁବ ଏବଂ ଫେସବୁକରୁ ଭଦ୍ରା ଦମ୍ପତ୍ତି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର ନିଶ୍ଚୟ କରିଥିବେ।


ମାଙ୍କଡ଼ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଏକ ସଂରକ୍ଷିତ ପ୍ରାଣୀ ଅଟେ । ହନୁମାଙ୍କଡ଼କୁ ବନ୍ୟପ୍ରାଣୀ ସଂରକ୍ଷିତ ଲିଷ୍ଟରେ ତଫସିଲ ୨ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେଥିପାଇଁ ମାଙ୍କଡ଼ ନାଚକୁ କେଉଁ କାଳୁ ନିଷିଦ୍ଧ ଘୋଷଣା କରାଯାଇଛି । ହେଲେ ଭଦ୍ରା ଦମ୍ପତି ଏହାର ଖୋଲା ଉଲ୍ଲଂଘନ କରିଚାଲିଛନ୍ତି।

Leave a Comment