ରୁଷିଆଠୁ ଗ୍ୟାସ-ତେଲ ନେବନାହିଁ ଆମେରିକା, ୟୁକ୍ରେନ୍ ଶରଣାର୍ଥୀଙ୍କୁ କରିବୁ ସହଯୋଗ: କହିଲେ ବାଇଡେନ୍‌

ୟୁକ୍ରେନ୍‌ରେ ଜାରି ରହିଥିବା ରୁଷିଆର ସେନା କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକା ମଧ୍ୟ କଟକଣାକୁ କଠୋର କରିବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ରୁଷିଆ ଉପରେ ନୂଆ କଟକଣା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଦେଶ ରୁଷିଆ ଠାରୁ ତେଲ ଓ ଗ୍ୟାସ ଆମଦାନୀ କରିବ ନାହିଁ।


ବାଇଡେନ୍ କହିଛନ୍ତି ଯେ, ତେଲ ଓ ଗ୍ୟାସ ଆମଦାନୀ ଉପରେ ରୋକ ଲଗାଇ ଦିଆଯିବା ଦ୍ୱାରା ରୁଷିଆର ଅର୍ଥ ବ୍ୟବସ୍ଥା ଉପରେ ବ୍ୟାପକ ଖରାପ ପ୍ରଭାବ ପଡ଼ିବ। ଅନେକ କଂପାନୀ ରୁଷିଆରେ ନିଜ କାମକାର୍ଯ୍ୟ ବନ୍ଦ କରିସାରିଛନ୍ତି। କଟକଣା ଯୋଗୁଁ ରୁଷିଆର ଅର୍ଥବ୍ୟବସ୍ଥା ଖରାପ ଆଡ଼କୁ ଗତିକରୁଅଛି। ସେ କହିଛନ୍ତି ଯେ, ଆମକୁ ୟୁକ୍ରେନ୍‌ର ବିସ୍ଥାପିତ ଲୋକଙ୍କୁ ସହଯୋଗ କରିବାକୁ ହେ। ଆମକୁ ୟୁକ୍ରେନ୍‌ର ଶରଣାର୍ଥୀଙ୍କ ଦାୟିତ୍ୱ ନେବାକୁ ପଡ଼ିବ।


ବାଇଡେନଙ୍କ ପରେ ବ୍ରିଟେନ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ, ରୁଷିଆରୁ ତେଲ ଆମଦାନୀ 2022 ଅର୍ଥାତ ଚଳିତ ବର୍ଷ ଶେଷ ଯାଏଁ ବନ୍ଦ କରି ଦିଆଯିବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ରିଟେନ ସରକାର କହିଛନ୍ତି ଯେ, ରୁଷିଆର ଆମଦାନୀ ବିକଳ୍ପ ପାଇଁ ବ୍ୟବସ୍ଥା କରାଯିବ।

Leave a Comment