ଏକବିଂଶ ଶତାବ୍ଦୀର ଡିଜିଟାଲ୍ ଯୁଗରେ ସମୟ ସହିତ ତାଳଦେଇ ଆଗକୁ ବଢିଚାଲିଛି ନାରୀ। କଷ୍ଟକର ପରିସ୍ଥିତିରେ ଥରେ ନୁହେଁ, ବାରମ୍ବାର ସେ ପ୍ରମାଣିତ କରିଛି ଯେ ସେ ଅଟେ ଅନନ୍ୟା, ସେ ଅଟେ ଅପରାଜିତା। ସେ ନିଜ ଉଦ୍ୟମରେ ନିଜର ପରିଚୟ ସୃଷ୍ଟିକରିପାରିଛି। ସେଥିପାଇଁ ତ ସେ ଆଜି ଅନ୍ୟମାନଙ୍କ ପାଇଁ ସାଜିଛି ଉଦାହରଣ।ଚାଲନ୍ତୁ ଜାଣିବା ସେମିତି ଏକ ନାରୀଙ୍କ ବିଷୟରେ।
ସମାଜର ଅଭିନ୍ନ ଅଙ୍ଗ ହେଉଛି ନାରୀ। ତାଙ୍କର ଅନେକ ପରିଚୟ ଅଛି। ସେ କେତେବେଳେ ଝିଅ, କେତେବେଳେ ଜନନୀ, ଭଗିନୀ ଆଉ କେତେବେଳେ ସ୍ତ୍ରୀ। ହେଲେ ନାରୀ ଓ ସଂଘର୍ଷ ଯେମିତି ଗୋଟିଏ ସୂତାରେ ବନ୍ଧା। ମହିଳାଟିଏ ଘରେ ଥାଉ ଅବା ବାହାରେ, ସେ ଯେଉଁ ବୃତ୍ତିରେ ଥାଉନା କାହିଁକି ତାକୁ ଅନେକ ପ୍ରକାର ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ।
ସଂଘର୍ଷ ଯେମିତି ତା’ର ପିଛା ଛାଡି ନଥାଏ। ହେଲେ ସଂଘର୍ଷରୁ ସେ କେମିତି ସଫଳତାର ଲାଭ ପାଇ ପାରିବ, ସେ କଳା କୌଶଳ ଆଜିର ନାରୀଙ୍କୁ ବେଶ୍ ଭାବରେ ଜଣା। ଦୃଢ ମନୋବଳରେ ବଳୀୟାନ ହୋଇ ସେ ଆଗକୁ ବଢିଥାଏ। ଝୁଣ୍ଟିଥାଏ ସତ, କିନ୍ତୁ ହାରି ନଥାଏ। ଶେଷରେ ସେ ସଫଳତାର ସୀଢୀ ଚଢ଼ିଥାଏ।
ଏକବିଂଶ ଶତାବ୍ଦୀର ଡିଜିଟାଲ୍ ଯୁଗରେ ସମୟ ସହିତ ତାଳଦେଇ ଆଗକୁ ବଢୁଛି ନାରୀ। କଷ୍ଟକର ପରିସ୍ଥିତିରେ ଥରେ ନୁହେଁ, ବାରମ୍ବାର ସେ ପ୍ରମାଣିତ କରିଛି ଯେ ସେ ଅନନ୍ୟା, ସେ ଅପରାଜିତା। ନିଜ ଉଦ୍ୟମରେ ନିଜର ପରିଚୟ ସୃଷ୍ଟିକରିପାରିଛି ସେ। ସେଥିପାଇଁ ତ ସେ ଆଜି ଅନ୍ୟମାନଙ୍କ ପାଇଁ ସାଜିଛି ଉଦାହରଣ।
ଆମ ସମାଜରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ କି ନିଜ ଉଦ୍ୟମରେ ଅସମ୍ଭବ ଭଳି ମନେହେଉଥିବା କାର୍ଯ୍ୟକୁ ସମ୍ଭବ କରିପାରିଛନ୍ତି, କିଛି ନୂଆକରି ଦେଖାଇ ଦେଇଛନ୍ତି। ନିଜେ ସଶକ୍ତ ହେବା ସହିତ ଅନ୍ୟକୁ ସଶକ୍ତ କରିପାରିଛନ୍ତି। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ତେବେ ଆସନ୍ତୁ ସେମିତି ଜଣେ ନାରୀଙ୍କ ବିଷୟରେ ଜାଣିବା।
ସମାଜର ତଥାକଥିତ ଦୃଷ୍ଟିଭଙ୍ଗୀକୁ ପଛରେ ପକାଇ ଆଗକୁ ବଢିଛନ୍ତି ସେ। କର୍ମ ଉପରେ ତାଙ୍କର ଯେତିକି ଭରସା, ଭଗବତ୍ ବିଶ୍ୱାସ ତାଙ୍କୁ ଭିତରୁ ଆହୁରି ମଜଭୁତ କରିଦେଇଛି। ଦୀର୍ଘ ୪୦ ବର୍ଷର ସଂଘର୍ଷର କାହାଣୀ। କିଛି କରିବାର ନିଶା ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି। ନିଜ ଉଦ୍ୟମରେ କେବଳ ଯେ ସ୍ୱାବଲମ୍ବୀ ହୋଇଛନ୍ତି ତା ନୁହେଁ, ଅନ୍ୟକୁ ବି ସ୍ୱାବଲମ୍ବୀ ହେବାର ବାଟ ଦେଖାଇଛନ୍ତି।
ଏକ ସିଲାଇ ମେସିନ୍ ସତ୍ୟଭାମାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି। ତାଙ୍କୁ ଆତ୍ମନିର୍ଭରଶୀଳ କରାଇ ଦେଇଛି। ସିଲାଇ ମେସିନ୍ରୁ ମିଳିଥିବା ରୋଜଗାର ତାଙ୍କ ସ୍ୱପ୍ନକୁ ସାର୍ଥକ କରିଛି। ତା’ସହିତ ସ୍ୱାବଲମ୍ବୀ ହେବାର ଗୋଟିଏ ପରେ ଗୋଟେ ଉପାୟ ବି ଶିଖାଇଛି। ନିଜ ଉପରେ ବିଶ୍ୱାସ, ଦୃଢ ମନୋବଳ ଆଉ କଠିନ ପରିଶ୍ରମ ଯୋଗୁଁ ଅସମ୍ଭବ କାମକୁ ସମ୍ଭବ କରିପାରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହ ବ୍ଲକ୍ ଅନ୍ତର୍ଗତ ମୁଗୁପୁର ଗାଁର ସତ୍ୟଭାମା।
ସଂଘର୍ଷରୁ ମିଳିଥାଏ ସଫଳତା ଏ କଥାରେ ବିଶ୍ୱାସ ରଖନ୍ତି ସତ୍ୟଭାମା। କଷ୍ଟକର ପରିସ୍ଥିତି ଭିତରେ ବେଶ୍ କିଛି ବର୍ଷର ସଂଘର୍ଷ। ସେତେବେଳେ ସ୍ୱାବଲମ୍ବୀ ହେବାର ରାସ୍ତା ପାଇସାରିଥାନ୍ତି ସ୍ୱାଭିମାନୀ ଝିଅ ସତ୍ୟଭାମା। ନିଜ କର୍ମ ଉପରେ ବି ଢେର୍ ସାର ବିଶ୍ୱାସ ବଢିଯାଇଥାଏ। ଏ କ୍ଷେତ୍ରରେ ଶ୍ରୀଅରବିନ୍ଦ ଆଶ୍ରମ ପରିବେଶ ଏବଂ ଆଶ୍ରମର ସଦସ୍ୟମାନେ ତାଙ୍କୁ ବହୁତ ଉତ୍ସାହିତ କରନ୍ତି। ଏହା ପରେ ବଦଳିଯାଏ ସତ୍ୟଭାମାଙ୍କର ଜୀବନ କାହାଣୀ।
ସେତେବେଳେ ସତ୍ୟଭାମାଙ୍କ ହାତରେ ଅଳ୍ପ କିଛି ପୁଞ୍ଜି ଥିଲା। ସେତେବେଳେ ସେ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପଣ କରିଥିଲେ, ଦିବ୍ୟାଙ୍ଗ ହେଲେ ବି ବଂଚିବା ପାଇଁ କାହା ଉପରେ ବୋଝ ହେବେ ନାହିଁ କି କାହା ଆଗରେ ହାତ ପତାଇବେ ନାହିଁ। ବରଂ ନିଜ ଉଦ୍ୟମରେ ସେ ଆତ୍ମନିର୍ଭଳଶୀଳ ହେବେ। ଆଉ ତାହା ସେ ପ୍ରମାଣିତ ମଧ୍ୟ କରିଛନ୍ତି। ଏବେ ଦୁଇ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଜ ଅଞ୍ଚଳର କିଛି ମହିଳାଙ୍କୁ ଏକାଠି କରି ସେ ଆଗକୁ ବଢୁଛନ୍ତି।
ଖାଲି ଟେଲରିଂ କାମ ନୁହେଁ, ଏହା ସହିତ ଧୂପକାଠି, ବଡ଼ି, ପାମ୍ପଡ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଏମିତି ଏକାଧିକ କୁଟୀରଶିଳ୍ପ ଏବେ ସତ୍ୟଭାମାଙ୍କୁ ଭିନ୍ନ ପରିଚୟ ଦେଇଛି। ଏବେ ସେ ବୟସର ଚରମ ସୀମାରେ ପହଞ୍ଚିଛନ୍ତି ସତ, କିନ୍ତୁ କୌଣସି ପରିସ୍ଥିତିରେ ସେ ହାର୍ ମାନିନାହାନ୍ତି, ବରଂ ମନର ବଳ, ଧୈର୍ଯ୍ୟ ଏବଂ ସାହାସ ଯୋଗୁଁ ସେ ଆମ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଆଉ ଅନ୍ୟମାନଙ୍କୁ ନିଜ ଗୋଡରେ ଛିଡାହେବାର ପ୍ରେରଣା ଯୋଗାଇଛନ୍ତି।
କୁହାଯାଏ, ଯଦି ଜଣେ ନାରୀ ଚାହିଁବ, ସେ କିଛି ବି କରିପାରେ। ତା’ର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ସତ୍ୟଭାମା ସାହୁ। କେବଳ ସତ୍ୟଭାମା କାହିଁକି ଏ ଦୁନିଆରେ ସବୁ ଝିଅଙ୍କ ପାଖରେ ଏଭଳି ସାହାସ ଏବଂ ଦୃଢ ମନୋବଳ ରହିବା ଉଚିତ। ଝିଅ ବା ନାରୀ ଚାହିଁଲେ କିଛି ବି କରିପାରନ୍ତି। ସେମାନଙ୍କୁ କେବଳ ଦରକାର ଟିକେ ସହଯୋଗର ହାତ। ସେ ଅନନ୍ୟା, ସେ ବିଜୟିନୀ, ସେ ପ୍ରେରଣାର ଉତ୍ସ। ସମାଜକୁ ଏକଜୁଟ କରି ରଖିବାରେ ତା’ର ଭୂମିକା ଅନନ୍ୟ