ସିବିଏସଇ ସ୍କୁଲରେ ଏନସିଇଆରଟି ବହି ବାଧ୍ୟତାମୁଳକ ଦାବୀରେ ସଚିବଙ୍କୁ ଚିଠି

ଦେଶର ସମସ୍ତ ସ୍କୁଲରେ ଇଂରାଜୀ ମାଧ୍ୟମରେ ଏନସିଇଆରଟି ଓ ରାଜ୍ୟରେ ବିଭିନ୍ନ ଭାଷାରେ ଏସସିଇଆରଟି ପାଠ୍ୟକ୍ରମର ବହିରେ ପିଲାଙ୍କୁ ପାଠ ପଢାଇବାକୁ ପୂର୍ବରୁ ମାନବ ସମ୍ବଳ ବା ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍ପଷ୍ଟ ନିର୍ଦେଶ ରହିଛି । ହେଲେ ଘରୋଇ ସ୍କୁଲମାନେ ଏହି ନିର୍ଦେଶ ନମାନି ପ୍ରାଇଭେଟ ପବ୍ଲିକେସନ ବହି ସ୍କୁଲଭିତରେ ବେଆଇନ ଭାବେ ବିକ୍ରୀ କରୁଛନ୍ତି । ଏହି ବହି ଗୁଡିକ ଏନସିଇଆରଟି ବହିର ମୂଲ୍ୟ ଠାରୁ ପ୍ରାୟ ୧୫ ଗୁଣ ଅଧିକ ଅଯଥାରେ ଅଭିଭାବକ ମାନେ ସ୍କୁଲର ଚାପରେ ବାଧ୍ୟ ବାଧକତାରେ ପ୍ରାଇଭେଟ ପବ୍ଲିକେସନ ବହି ସହିତ ଖାତା ଓ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣି ହଇରାଣ ହେଉଛନ୍ତି।

 

 

ପ୍ରତି ବର୍ଷ ଆର୍ଥିକ ବୋଝ ସହିତ ସେହି ବହିକୁ ଅନ୍ୟକୁ ଦେବାର ସୁଯୋଗ ମିଳୁନାହିଁ, ବର୍ଷେ ପରେ ତାହାକୁ ପରିବର୍ତ୍ତନ କରିଦେଉଛନ୍ତି। ତା ଛଡା ପିଲାମାନେ ମଧ୍ୟ ସ୍କୁଲ ମାଲିକ ମାନଙ୍କ ମୁନାଫା ଖୋରୀର ଶିକାର ହୋଇ ଅଯଥା ବସ୍ତାନି ବୋଝର ଶିକାର ହେଉଛନ୍ତି । ସିବିଏସଇ ପୂର୍ବରୁ ମଧ୍ୟ ସମସ୍ତ ସ୍କୁଲରେ ଏନସିଇଆରଟି ବହି ପ୍ରଚଳନ ପାଇଁ ନିର୍ଦେଶ ଦେଇ ସାରିଛି । ଶିକ୍ଷା ଅଧିକାର ଆଇନ ଧାରା ୨୯ ର ଅଷ୍ଟମ ଅନୁଚ୍ଛେଦ ଅନୁଯାଇ ସବୁ ସ୍କୁଲରେ ଏନସିଇଆରଟି ବହି ଲାଗୁ ସହ ସ୍କୁଲ ଗୁଡିକ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ମଧ୍ୟ ଏହି ନିୟମ ରହିଛି ।  ପ୍ରାଇଭେଟ ସ୍କୁଲ ମାନଙ୍କର ଏହି ଶୋଷଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ପୂର୍ବରୁ ବହୁବାର ଆନ୍ଦୋଳନ, ଧର୍ମଘଟ, ନ୍ୟାୟାଳୟ ତଥା ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରି ନିର୍ଦେଶ ଜାରି କରିବାପରେ ମଧ୍ୟ ଏହାକୁ ସମ୍ପୂର୍ଣ ଲାଗୁ ହୋଇପାରିନାହଁ ।  ଏବର୍ଷ ଲାଗୁ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

 

ମହାସଂଘ ସିବିଏସଇର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖି ସବୁ ପ୍ରାଇଭେଟ ସ୍କୁଲ ରେ ଏନସିଇଆରଟି ବହି ପ୍ରଚଳନ ପାଇଁ ଦାବୀ କରିବା ସହ ୧୫ ଦିନ ଭିତରେ କାର୍ଯ୍ୟକାରୀ ନ ହେଲେ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛି ।  ମହାସଂଘର ସହ-ଅଧକ୍ଷ ପ୍ରସନ୍ନ ବିଶୋଇ ଓ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ସିବିଏସଇର ଆଞ୍ଚଳିକ ଅଧିକାରୀ  କେ. ଶ୍ରୀନିବାସନଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନାରେ ସେ ନୂଆଦିଲ୍ଲୀର ମୁଖ୍ୟାଳୟ ସିବିଏସଇ ସଚିବଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ନିର୍ଦେଶ ଜାରି କରିବାକୁ କହିଛନ୍ତି । ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ନିରାପତ୍ତା ହେତୁ ତଥା ଆଇନର ସଠିକ କାର୍ଯ୍ୟକାରୀ ପାଇଁ ପୁଣିଥରେ ଆସନ୍ତା ୧୫ ଦିନ ପରେ ଘେରାଉ କରିବ ବୋଲି ମହାସଂଘ ଜଣାଇଛି ।

 

 

Leave a Comment