ଯୁଦ୍ଧ ପାଇଁ ବଢ଼ିଲା ଖାଇବା ତେଲ ଦର,ବଢି ଯାଇଛି ଏତେ ଟଙ୍କା,ଆହୁରି ବଢିବ:-

ବନ୍ଧୁଗଣ ଏବେ ରୋଷେଇରେ ମଧ୍ୟ ରୁଷିଆ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ପଡିଛି। ଚୁଲା ରେ କଢେଇ ବସିଲେ ପ୍ରଥମେ ଲୋଡା ପଡୁଥିବା ତେଲ ରେ ଏମିତି ନିଆଁ ଲାଗିଛି ଯେ ଲୋକ ମାନେ ଏବେ କଢେଇ ବସିବା ପୂର୍ବରୁ ଚିନ୍ତା କରୁଛନ୍ତି ତେଲ ପକେଇବେ କି ନାହିଁ। ସୂଚନା ଅନୁସାରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଯୁଦ୍ଧ ପାଇଁ ଦୁଇଦେଶ ରୁ ତେଲର ଆମଦାନୀ ହୋଇ ପାରୁନଥିବା ବେଳେ ଅନ୍ୟ ଦେଶ ରୁ ବି ଠିକ୍ ଭାବେ ତେଲ ଆସି ପାରୁ ନାହିଁ ।


ପାମୋଲିନ ତେଲ 50 ଟଙ୍କା , ରିଫାଇନ ତେଲ 55 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ତେଣୁ ପୁୁରୁଣା ଷ୍ଟକ କୁ ବି କିଛି ଲୋକ ମାନେ ଅଧିକ ଦାମ୍ ରେ ବୀକ୍ରି କରୁଥିବାର ଦେଖି ବାକୁ ମିଳିଛି । କେବଳ ସେତିକି ନୁହେଁ ଝଟକା ଲାଗିବା ପରେ ପରେ ଏବେ ଜଳଖିଆ ଦୋକାନୀ ମାନେ ଜଳଖିଆ ପ୍ଲେଟ ର ଦର ମଧ୍ୟ 5 ଟଙ୍କା ବୃଦ୍ଧି କରିଛନ୍ତି। ଖାଇବା ଦରର ନୂଆ ତାଲିକା ମଧ୍ୟ ବାହାରିଗଲାଣି ।

ଯେଉଁ ଖାଇବା ତେଲ ସପ୍ତାହେ ତଳେ 120 ଟଙ୍କାରେ ମିଳୁଥିଲା ଏବେ 150 ରେ ପହଞ୍ଚିଲାଣି। freedom ତେଲ 140 ରୁ 142 ଟଙ୍କା ମଧ୍ୟରେ ସୀମିତ ଥିଲେ ହେଲେ ଏହା 180 ଛୁଇଁଲାଣି। କିଛି ସ୍ଥାନରେ freedom ତେଲ ଲିଟର ପିଛା 200 ଟଙ୍କା ଦାବି କରାଯାଉଥିବା ଦେଖିବାକୁ ମିଳୁଛି । ପ୍ରକାଶ ପାଉଛି କି ଆମ ଦେଶ ରେ 70 ପ୍ରତିଶତ ଖାଇବା ତେଲ ବିଦେଶ ରୁ ଆମଦାନୀ ହୋଇଥାଏ ।


ତେବେ ଚାହିଦା ଅନୁସାରେ ବଜାର ରେ ତେଲ ଦାମ୍ କମିବା ସେସ୍ ଅଧିକ ଲାଗିବା ଯୋଗୁଁ ଖାଇବା ତେଲ ର ଦାମ୍ ବଢୁଛି । ଆଗକୁ ଏହା ମଧ୍ୟ ଅଧିକ ବଢିବ ବୋଲି ଜଣା ପଡୁଛି। ଗତ 6 ଦିନ ହେବ ଯେଉଁ ତେଲ ଦର 110 ଟଙ୍କା ରହିଥିଲା ତାହା ଏବେ 160 ଟଙ୍କା, ଆଗକୁ ଏହା ଆହୁରି ମଧ୍ୟ ବଢ଼ିପାରେ । ତେଣୁ ଲୋକ ମାନେ ଆବଶ୍ୟକତା ମେଣ୍ଟେଇବାକୁ ଷ୍ଟକ୍ ରଖି ବ୍ୟବସାୟ କରିବାକୁ ପଡୁଛି । ଗ୍ରାହାକ ଯେମିତି ପ୍ରଭାବିତ ନହୁଅନ୍ତୁ ସେହିଥି ପାଇଁ ଅଳ୍ପ ଫାଇଦା ରଖି ବୀକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

 

Leave a Comment