ଲୋକଙ୍କ ଉପରେ ଗାଡି ଚଢାଇଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,ମୃତ୍ୟୁ ବରଣ କଲେ ଅନେକ ଲୋକ:-

ଘଟିଛି ଅଭାବନୀୟ ଘଟଣା। ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ସାଧାରଣ ଜନତା। ତାଙ୍କୁ ଏବେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଲୋକେ ବିଧାୟକଙ୍କ ଉପରେ ଆକ୍ରମଣ କରିବା ସହିତ ତାଙ୍କର ଗାଡ଼ିକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ଯାଉଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।


ସୂଚନା ଅନୁସାରେ ବ୍ଲକ ଭିତରେ ଥିବା ଗହଳି ଭିତରକୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ ଗାଡ଼ି ଚଲାଇ ଯାଇଥିଲେ । ଏହି ସମୟରେ ସେ ଗହଳିରେ ଥିବା ଲୋକଙ୍କ ଉପରେ ଦୃତ ଗତିରେ ଗାଡ଼ି ଚଢାଇ ଦେଇଥିଲେ। ଏଥିରେ 5 ରୁ 7 ଜଣ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ମେଡିକାରେ ଭର୍ତ୍ତି ହୋଇଥିବା ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଅଛି।


ଏପରିକି ବିଧାୟକଙ୍କ ଗାଡ଼ି ଆଗରେ କିଛି ପୋଲିସ ଆସିବାରୁ ଦୁଇରୁ ତିନି ଜଣ ପୋଲିସ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ ବିଧାୟକଙ୍କ ଗାଡ଼ି ତଳେ ଦୁଇ ଜଣ ପୋଲିସ ଚାପି ହୋଇ ରହିଯାଇଥିଲେ। ଏହା ପରେ ସେଠାରେ ଥିବା ଲୋକେ ପୋଲିସ ଗାଡ଼ିକୁ ଓଲଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଏହି ଘଟଣା ପରେ ଉତ୍ୟକ୍ତ ଜନତା ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ବିଧାୟକ ରକ୍ତାକ୍ତ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଏବେ ପୋଲିସ ଫୋର୍ସ ପହଁଞ୍ଚି ସ୍ଥିତି ଆୟତକୁ ଆଣିବାକୁ ଚେଷ୍ଟା କରୁଛି।

Leave a Comment