ଋଷ ସୈନ୍ୟଙ୍କୁ ନାଲି ଆଖି ଦେଖାଇ ଦେଲେ ବୃଦ୍ଧ ଦମ୍ପଦୀ,ତଡିଦେଲେ ଘରୁ ,ଦେଖନ୍ତୁ ଭିଡିଓ:-

ଆଖି ସାମ୍ନାରେ ଥିଲା ନିଶ୍ଚିନ୍ତ ମୃତ୍ୟୁ,ପାନରୁ ଚୂନ ଖସିଲେ ନିଶ୍ଚିନ୍ତ ଫୁଟିବ ଗୁଳି।ତଥାପି ବନ୍ଧୁକ ଗୁଲିକୁ ଭୟ କଲେ ନାହିଁ। ପରିଣତ ବୟସରେ ବହାଦୁରୀ ଦେଖାଇଲେ ବୃଦ୍ଧ ଦମ୍ପତି,ଶତ୍ରୁ ସେନା ଆଗରେ ହାର ମାନିଲେ ନାହିଁ ବୃଦ୍ଧ ଦମ୍ପଦି। ଗୋଳା ବାରୁଦର କୋଳା ହାଳ ଭିତରେ ନିଜ ଘର ସାମ୍ନାରେ ଢାଲ ହୋଇ ଛିଡା ହୋଇ ଆଧୁନିକ ଅସ୍ତ୍ରସତ୍ର ଧରି ଛିଡା ହୋଇଥିବା ଋଷ ସୈନିକ ଙ୍କୁ କଡା ଜବାବ ବିଦେଲେ,ବଡ଼ ବଡ଼ ବନ୍ଧୁକ ଧରି ଘର ଖାଲି କରିବାକୁ ଆସିଥିଲେ ପୁଟିନଙ୍କ ସୈନ୍ୟ,କିନ୍ତୁ ବୃଦ୍ଧ ଦମ୍ପଦିଙ୍କ ଦମ୍ଭ ଆଗରେ ହାର ମାନି ବାକୁ ପଡିଲା ପୁଟିନଙ୍କ ସୈନ୍ୟ।

 

ହାତରେ ହାତେ ହାତେ ବନ୍ଧୁକ ଧରି ୟୁକ୍ରେନର ମଇକୋଲିସ ଓବ୍ଲାଷ୍ଟର ପଯେସେସ ସହରକୁ ପଶି ଆସିଥିଲେ 4 ବନ୍ଧୁକ ଧରି ଋଷ ସୈନ୍ୟ। ସହରରେ ଅଲଗା ଅଲଗା ହୋଇ ୟୁକ୍ରେନର ସୈନିକଙ୍କୁ ଖୋଜୁଥିଲେ। ସହରରେ ଥିବା ଏକ ଘର ଭିତରକୁ ବଳ ପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ। 3ଜଣ ଘର ଭିତରକୁ ପସିଯାଇଥିବା ବେଳେ ଜଣେ ବାହାରେ ଅପେକ୍ଷା କରିଥିଲା। ଘର ଭିତରେ ଋଷ ସୈନିକ ଙ୍କୁ ଦେଖି ରାଗ ତମତମ ହୋଇ ଯାଇଥିଲେ ବୃଦ୍ଧ ଦମ୍ପଦି। ଗୁଳି ଗୋଳା କୁ ନଡରି ବାହାରକୁ ଆସି ଉଚିତ ଜବାବ ମଧ୍ୟ ଦେଲେ। ବୃଦ୍ଧ ଦମ୍ପଦି ଙ୍କୁ ଡ଼ରାଇବା ପାଇଁ ଋଷ ସୈନ୍ୟ ଫାଙ୍କା ଗୁଳି ମଧ୍ୟ ଚଳାନ୍ତି ଗୁଳି ଶବ୍ଦ ଶୁଣି ମଧ୍ୟ ଉଭୟ ଭୟଭୀତ ହୁଅନ୍ତି ନାହିଁ। ଆଖିରେ ଆଖି ମିଶାଇ ଶତ୍ରୁ ସେନାକୁ ଘରୁ ବାହାରକୁ ଯିବାକୁ କୁହନ୍ତି ଏବଂ କିଛି ସମୟ ଧରି ଋଷ ସୈନ୍ୟ ଏବଂ ଦମ୍ପଦୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୁଏ କିନ୍ତୁ ଶେଷରେ ଋଷ ସୈନ୍ୟ ଦମ୍ପଦୀଙ୍କ ଆଗରେ ହାର ମାନି ଘର ବାହାରକୁ ଚାଲି ଯାଆନ୍ତି। ତେବେ ୟୁକ୍ରେନ ଦମ୍ପଦି ଋଷିୟ ସୈନିକଙ୍କ ପଛରେ ଗୋଡ଼ାଇ ତାଙ୍କୁ ଘଉଡ଼ାଇ ଦିଅନ୍ତି। ଏହି ସମୟରେ ତାଙ୍କ ଘରେ ଥିବା କୁକୁର ମଧ୍ୟ ତାଙ୍କୁ ଭୁକିବା ଆରମ୍ଭ କରିଦିଏ। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରଲ ହେଉଛି।

 

Leave a Comment