ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ଆଉ କିଛି ବଡ ଖବର ଯାହାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଦଶମ ଦ୍ଵାଦଶ ଅଫ୍ ଲାଇନ୍ ପରୀକ୍ଷା ରଦ୍ଧ ମାମଲା ଆଜି ହେବ ଶୁଣାଣୀ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।
CBSC, ICSC, NIOS ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ଵାଦଶ ଅଫ୍ ଲାଇନ୍ ପରୀକ୍ଷା ବିରୋଧରେ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଜାରୀ ହୋଇଛି। ଗତବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏଏମ୍ ଖାନ୍ୱାଲିଙ୍କର ଖଣ୍ଡପୀଠରେ ଏହି ମାମଲାକୁ ନିଆଯିବ ବୋଲି ପ୍ରଧାନ ବିଚାରପତି ଏମଭି ରେମାଣ ବେଦନକାରୀଙ୍କୁ ଆଶ୍ଵାସନା ଦେଇଛନ୍ତି ଏବେ ଏହାର ଶୁଣାଣି ଆଜିଠାରୁ ଆରମ୍ଭ ହେବ ଏହାକୁ ନେଇ ଶୀର୍ଷ କୋର୍ଟ ମାମଲାର ଶୁଣାଣି ଆଜିଠାରୁ କରାହେବ।
ଆଡ୍ଭୋକେଟ୍ ଅନ୍ ରେକର୍ଡ ପ୍ରଶାନ୍ତ ପଦ୍ମନାଭ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଜଷ୍ଟିସ ଏଏମ୍ ଖାନ୍ୱାଲିଙ୍କର ଖଣ୍ଡପୀଠରେ ତାଲିକା ଭୂକ୍ତ କରିଥିବା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଆଇନଜୀବୀ ତଥା ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀ ବାସ୍ତବ ସହାୟକଙ୍କ ଦ୍ଵାରା ଦାଖଲ ହୋଇଥିବା ଅନେଦନରେ କୁହାଯାଇଛି ଯେ ସେମାନଙ୍କ ଠିକ୍ ସମୟରେ ମୂଲ୍ୟାଙ୍କନ ଫଳାଫଳ ଘୋଷଣା ସମସ୍ତ ଶିକ୍ଷା ବୋର୍ଡର ଦାୟିତ୍ଵ କିନ୍ତୁ ଆପଣମାନେ ତାହା କରି ନାହାଁନ୍ତି।
ବର୍ତ୍ତମାନ ଏପ୍ରିଲ୍ 26 ରୁ ବୋର୍ଡ ପରୀକ୍ଷା ଦେବାକୁ CBSC ଏକ ବିଜ୍ଞପ୍ତି ଜାରି କରିଛି ଅନ୍ୟ କେତେକ ରାଜ୍ୟ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି କିନ୍ତୁ ଅଧିକାଂଶ ଶିକ୍ଷା ବୋର୍ଡ ଏହାକୁ ନେଇ ଆଲୋଚନା କରୁଛନ୍ତି ପିଲାମାନେ ଅନ୍ ଲାଇନ୍ ଅଧ୍ୟୟନ କରିଛନ୍ତି ବହୁ ପିଲା ବିଭିନ୍ନ କାରଣରୁ ଏହାର ସୁଯୋଗ ମଧ୍ୟ ପାଇ ନାହାଁନ୍ତି ବର୍ତ୍ତମାନ ସେମାନଙ୍କ ପରୀକ୍ଷା ଅଫଲାଇନ୍ ରେ କରାଯିବା ଯୁକ୍ତିଯୁକ୍ତ ନହେବ ବୋଲି ଆବେଦନରେ ଉଲ୍ଲେଖ କରା ଯାଇଅଛି।
କୋଭିଡ୍ କାରଣରୁ ପିଲାମାନେ ଅନଲାଇନ୍ ରେ ଅଧ୍ୟୟନ ରେ ପଢୁଛନ୍ତି କୋରୋନା ଆତଙ୍କ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ତେଣୁ ପିଲାମାନଙ୍କର ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ବିକଳ୍ପ ପଦ୍ଧତି ପ୍ରସ୍ତୁତ କରାଯିବା ଉଚିତ୍ ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ କୋରୋନା ବିପଦ ଟଳି ନାହିଁ ଏହା ମଧ୍ୟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି କୁହାଯାଉଛି ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ଅଫ୍ ଲାଇନ୍ ପରୀକ୍ଷାରେ ଉପସ୍ଥିତ ହେବାକୁ କହିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ହୋଇପାରେ।
ଏପରି ଅସ୍ବାଭାବିକ ପରିସ୍ଥିତିରେ ଉପଯୁକ୍ତ ପ୍ରସ୍ତୁତି ବିନା ଅଫ୍ ଲାଇନ୍ ପରୀକ୍ଷା କରାଇବା ଛାତ୍ରଛାତ୍ରୀ ମାନସିକତା ସ୍ଥିତି ଉପରେ ଚାପ ପକାଇବାର ଆଶଙ୍କା ରହିଛି ଏକ କମିଟି ଗଠନ କରି ପିଲା ମାନଙ୍କର ମୂଲ୍ୟାଙ୍କନ କରିବାର ବିକଳ୍ପ ପଦ୍ଧତି ଆଣିବାକୁ ଶୀର୍ଷ କୋର୍ଟ CBSC, ICSC, NIOS ଏବଂ ରାଜ୍ୟ ଶିକ୍ଷା ବୋର୍ଡକୁ କହିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ଯେଉଁ ଛାତ୍ରଛାତ୍ରୀ ମାନେ ଏପରି ମିଳିଥିବା ମୂଲ୍ୟାଙ୍କନ ମାର୍କରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ଅଲଗା ପରୀକ୍ଷା ଦେବାକୁ ସୁଯୋଗ ପାଇ ପାରିବେ।