ଆନ୍ଧ୍ରପ୍ରଦେଶର ତିରୁପତିରେ ଘଟିଛି ଏକହୃଦୟକୁ ବିଚଳିତ କଲାଭଳି ଦୁଃଖଦ ଘଟଣା। ମାଆ ଶୋଇଛି ବୋଲି ଭାବି 10 ବର୍ଷର ବାଳକ ମାଆର ମୃତଦେହ ପାଖରେ 4 ଦିନ ବସି ରହିଥିବା ଦେଖିବାକୁ ମିଳିଛି। ପଞ୍ଚମ ଶ୍ରେଣୀରେ ପଢୁଥିବା ବାଳକଟି ପ୍ରତିଦିନ ସ୍କୁଲ ପୋଷାକ ପିନ୍ଧି, ନିଜ ହାତରେ ରୋଷେଇ କରି ସ୍କୁଲ୍ ଯାଏ ଓ ପୁଣି ସ୍କୁଲ୍ରୁ ଫେରି ପୁଣି ମାଆ ପାଖରେ ବସେ। ମାଆର ଦୁର୍ଘଟଣାବଶତଃ ପଡ଼ିଯାଇ ମୃତ୍ୟୁ ଘଟିଥିବା ବେଳେ ତାହା ପୁଅକୁ ଅଜଣା ଥିଲା। ପୁଅ ମାଆ ଶୋଇଛି ବୋଲି ଭାବି 4 ଦିନ ମାଆ ପାଖରେ ବସି ରହୁଥିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।
ଯେତେବେଳେ ମହିଳାଙ୍କ ଶରୀରରୁ ପଚା ଗନ୍ଧ ଆସିଥିଲା ବାଳକଟି ନିଜ ମାମୁୁଙ୍କୁ ଫୋନ୍ କରି ଜଣାଇବାରୁ ସେ ଆସି ଦେଖିବା ପରେ ସଂପୂର୍ଣ୍ଣ ଘଟଣା ଜଣା ପଡିଥିଲା। ଜାଣିବାକୁ ମିଳିଛି ଯେ ମୃତ ମହିଳା ରାଜଲକ୍ଷ୍ମୀ 41 ବର୍ଷର। ଏକ ବେସରକାରୀ କଲେଜରେ ପାଠ ପଢ଼ାଉଥିଲେ। ତାଙ୍କ ସ୍ବାମୀଙ୍କ ସହ ତାଙ୍କର ଭଲ ସଂପର୍କ ନରହି ପାରିବାରୁ ସେ ବିଦ୍ୟାନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ମହିଳାଙ୍କ 10 ବର୍ଷର ପୁଅ ମାନସିକ ଭାବେ ଦୁର୍ବଳ ଥିବା ବେଳେ ସେ ଏକ ବେସରକାରୀ ସ୍କୁଲ୍ରେ ପାଠ ପଢୁଥିଲା।
ଅନୁମାନ କରାଯାଉଛି ଯେ ରାଜଲକ୍ଷ୍ମୀ ମାର୍ଚ ୯ ତାରିଖ ରାତିରେ ଖଟରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମାତ୍ର ତାଙ୍କ ସରଳ ନିରୀହ ପୁଅ ଏହା ବୁଝିନପାରି ମାଆ ଶୋଇଥିବା ଭାବି ନିଜ କାମ ନିଜେ କରି ଦେଉଥିଲା। ଯେତେବେଳେ କେହି ପଡ଼ୋଶୀ ତାଙ୍କୁ ମାଆଙ୍କ ବିଷୟରେ ପଚାରନ୍ତି ସେ ମାଆ ଶୋଇଛି ବୋଲି ଉତ୍ତର ଦେଉ ଥିଲା।