ସ୍କୁଲରେ ଶିକ୍ଷକ ରଖୁଛନ୍ତି ବନ୍ଧୁକ,କଲମରେ ଏବେ ପଢିବେ ନାହିଁ ପିଲା ପଢିବେ ବନ୍ଧୁକରେ:-

ସ୍କୁଲ୍‌ରୁ ମିଳିଲା ବନ୍ଧୁକ। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଅନ୍ତର୍ଗତ ରେଙ୍ଗୁମୁଣ୍ଡା ପ୍ରାଥମିକ ସ୍କୁଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଶ୍ରେଣୀଗୃହ ସଫା କରିବା ବେଳେ ଏକ କକ୍ଷାରୁ ବନ୍ଧୁକ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଅଛି।

ଖବର ଅନୁସାରେ, ସ୍କୁଲର ପୂର୍ବତନ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ କୋଠରୀକୁ ନିଜ ଅକ୍ତିଆରରେ ରଖି ବ୍ୟବହାର କରୁଥିଲେ। ଗତ 4 ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇ ଥିବାବେଳେ ଆସବାବପତ୍ର ନେଇ ନଥିଲେ। ତେବେ ପାଠପଢାରେ ସମସ୍ୟା ସୃଷ୍ଟି ହେବାରୁ ସିଆରସିସିଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ କଠୋରୀକୁ ସଫା କରାଯାଉଥିଲା।


କୋଠରୀ ସଫା କରିବା ସମୟରେ କଠୋରୀରେ ଥିବା ଥାକରୁ ମାରଣାସ୍ତ୍ର ବନ୍ଧୁକ ମିଳିଥିଲା। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ପୂର୍ବତନ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ହିଁ ଏହି ମାରଣାସ୍ତ୍ର ବନ୍ଧୁକ ରଖିଥିବା ଚର୍ଚ୍ଚା ହେଉଛି।ଗତ ଅକ୍ଟୋବରରେ ଗୋବିନ୍ଦ ରେଙ୍ଗୁମୁଣ୍ଡାର ଡିଲେଶ୍ୱର ସାହୁଙ୍କୁ ଟାଙ୍ଗିଆରେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

Leave a Comment