PAYTM ର ମାଲିକ ହେଲେ ଗିରଫ,ଗଲେ ଜେଲ:-

ପେଟିଏମର ମାଲିକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀର ମାଲବିୟ ନଗରରେ ଥିବା ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ତାଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ ବିଜୟ ଶେଖର ଗାଡ଼ିକି ଧକା ଦେଇ ସେଠାରୁ ପଳାଇଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏହି ଦୁର୍ଘଟଣା ଫେବୃଆରୀ 22 ତାରିଖରେ ଘଟିଥିବା ବେଳେ ଦିଲ୍ଳୀ ପୋଲିସ ବିଜୟଙ୍କୁ ରବିବାର ଦିନ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ବିଜୟ ଶେଖରଙ୍କ ଜାଗୱାର ଲ୍ୟାଣ୍ଡ ରୋଭର ଗାଡି ଦକ୍ଷୀଣ ଦିଲ୍ଲୀର ଡିସିିପିଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହାପରେ ବିଜୟ ଶେଖର ଗାଡିସହ ଫେରାର ହୋଇଯାଇଥିବା ଜଣା ପଡିଥିଲା। ଡିସିପି ଙ୍କ ଗାଡି ନେଇ ତାଙ୍କ ଡ୍ରାଇଭର ତେଲ ପକାଇବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ‘ପେଟିଏମ’ ର ମାଲିକ ବିଜୟ ଶେଖର ଶର୍ମା 40 ବର୍ଷରୁ କମ ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଏକମାତ୍ର ଆରବପତି ହୋଇଛନ୍ତି।

Leave a Comment