ତୀବ୍ର ବେଗରେ ବ୍ୟାପୁଛି ଓମିକ୍ରନ,ବୈଜ୍ଞାନିକ ଦେଲେ ସୂଚନା ଲକଡାଉନ ନିହାତି ହେବା ଜରୁରୀ:-

କରୋନାର ଓମିକ୍ରନ୍‌ ଭେରିଏଣ୍ଟ୍‌ ଏବେ ସମଗ୍ର ବିଶ୍ବରେ ତୀବ୍ର ବେଗରେ ବ୍ୟାପୁଥିବା କଥା ଆଜି ମହାମାରୀବିତ୍‌ ମାରିଆ ଭ୍ୟାନ୍‌ ଖେର୍ଖୋଭ୍‌ ଟୁଇଟ୍‌ କରି ଜାଣଇଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍‌-19 ଟେକ୍ନିକାଲ୍‌ ଲିଡ୍‌ ଥିବା ମାରିଆ ଭ୍ୟାନ୍‌ ଖେର୍ଖୋଭ୍‌ କହିଛନ୍ତି, ଅଳ୍ପ କେତେ ସପ୍ତାହ ପାଇଁ ହ୍ରାସ ପାଇବା ପରେ ପୁଣି ବିଶ୍ବବ୍ୟାପୀ ସଂକ୍ରମଣ ବୃଦ୍ଧି ପାଇ ଚାଲିଛି। ଅବଶ୍ୟ ତଦନୁଯାୟୀ କୋଭିଡ୍‌-19 ସଂକ୍ରମଣ ଚିହ୍ନଟ ପାଇଁ କରାଯାଉଥିବା ପରୀକ୍ଷା ମଧ୍ୟ ବିଶେଷ ଭାବେ ହ୍ରାସ ପାଇଛି।

ସତର୍କ କରାଇବାକୁ ଯାଇ ସେ କହିଛନ୍ତି, କଟକଣା ଉଠାଇ ଦିଆଗଲେ ଅଧିକ ଟିକାକରଣ ହୋଇଥିବା ସ୍ଥାନଗୁଡ଼ିକରେ ବି ସଂକ୍ରମଣ ବୃଦ୍ଧି ପାଇବ। ଏଥିରେ ଆଚମ୍ବିତ ହେବାର କୌଣସି କାରଣ ନାହିଁ। ଟିକା ରୋଗର ଜଟିଳତା ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ କରାଇବାରେ ସହାୟକ ହେବ କିନ୍ତୁ ସଂକ୍ରମଣ ହ୍ରାସ କରାଇ ପାରିବ ନାହିଁ।

 

ତାଙ୍କ ମତରେ, ଦ୍ରୁତ ସଂକ୍ରମଣଶୀଳ ସ୍ବଭାବର ହୋଇଥିବାରୁ ବିଶ୍ବବ୍ୟାପୀ ‘ଓମିକ୍ରନ୍’କୁ (BA.1ଏବଂ BA.2 ସବ୍‌-ଭେରିଏଣ୍ଟ୍‌) ବିଶ୍ବବ୍ୟାପୀ କରୋନାଭାଇରସ୍‌ର ପ୍ରାଧାନ୍ୟ ବିସ୍ତାରକାରୀ ଷ୍ଟ୍ରେନ୍‌ରେ ଗଣା ଯାଉଛି। ଏଥିଯୋଗୁଁ, ଏବେ ମଧ୍ୟ ମୃତ୍ୟୁହାର ଅଧିକ ରହୁଛି।

 

ସାପ୍ତାହିକ ରିପୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ସର୍ବାଧିକ ସଂଖ୍ୟକ ନୂଆ ସଂକ୍ରମଣ ମାମଲା କୋରିଆରେ ରେକର୍ଡ କରାଯାଇଛି। ତା’ ପଛକୁ ଅଛନ୍ତି ଭିଏତ୍‌ନାମ୍‌ ଏବଂ ଜର୍ମାନି।ତେଣୁ, ସଂକ୍ରମଣ ଧାରା ଛିନ୍ନ କରିବା ଲାଗି କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌ ଓ କ୍ବାରେଣ୍ଟିନ୍‌ ଚାଲୁ ରହିବା ଉଚିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସଚେତନ କରିଛି।

 

 

 

Leave a Comment