ପିଲା ମାନଙ୍କ ସହ ଘରୋଇ ସ୍କୁଲ କରୁଛି ଏମିତି,ଜାଣି ନିଅନ୍ତୁ ଘଟଣା କଣ ନହେଲେ,ଅପଣଙ୍କ ପିଲା ସହ ବି ଏହା ଘଟି ପାରେ:-

ବଢ଼ି ଚାଲିଛି ଘରୋଇ ସ୍କୁଲର ଜୁଲମ୍‌। କେତେକ ଘରୋଇ ସ୍କୁଲ ପରିଚାଳନା କମିଟି ଓ କର୍ତ୍ତୃପକ୍ଷ ବାରମ୍ବାର ଏମିତି ଘଟଣା ବାରମ୍ବାର କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବକେୟା ଟ୍ୟୁସନ୍‌ ଫି’ ଓ ବସ୍‌ ଭଡା ନ ଦେଲେ ପିଲାମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି। କରୋନାରେ ଅଭିଭାବକଙ୍କ ଆର୍ଥିକ ସ୍ଥିତି ସୁଧୁରି ନଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ମନଇଚ୍ଛା ଟ୍ୟୁସନ୍‌ ଫି’ ବୃଦ୍ଧି କରୁଛନ୍ତି। ଘରୋଇ ସ୍କୁଲର ଏଭଳି ଜୁଲମ୍‌ ବିରୋଧରେ ଅଭିଭାବକମାନେ ଥରେ ନୁହେଁ, ଅନେକଥର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆଜି ସେକ୍ଟର-21 ନୟାବଜାର ସ୍ଥିତି ଗୁରୁ ନାନକ ପବ୍ଲିକ ସ୍କୁଲରେ ଏମିତି ସ୍ଥିତି ଉପୁଜିଥିଲା। କିଛି ଅଭିଭାବକ ଟ୍ୟୁସନ୍‌ ଫି’ ଓ ବସ୍‌ ଭଡା ବାକି ଥିବାରୁ ସେମାନଙ୍କ ପିଲା ମାନଙ୍କୁ ସ୍କୁଲ ଭିତରକୁ ପଶିବାକୁ ଦିଆଯାଉନାହିଁ।

ଅଭିଭାବକମାନେ ଜବରଦସ୍ତ ବିରୋଧ କରିଥିଲେ। ଯାହାକୁ କେନ୍ଦ୍ରକରି ଉଭୟ ଅଭିଭାବକ ଓ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକମାନଙ୍କର କୌଣସି କଥା ନ ଶୁଣିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବୀୟ କାର୍ଯ୍ୟ ପ୍ରତିବାଦରେ ଅଭିଭାବକମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ଦୁଃଖ ଜଣାଇଥିଲେ। ମାତ୍ର ଅତିରିକ୍ତ ଜିଲ୍ଲାପାଳ ଘଟଣାର ହସ୍ତକ୍ଷେପ କରିବାକୁ କୌଣସି ପ୍ରତିଶ୍ରୁତି ଦେଇ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅଭିଭାବକମାନେ କହିଛନ୍ତି, ସ୍କୁଲ କର୍ତ୍ତୃପକ୍ଷ 60% ସ୍କୁଲ ଭଡା ବଢ଼ାଇ ଦେଇଛନ୍ତି। କୋଭିଡ୍‌ ସମୟରେ ଦୁଇ ବର୍ଷ ବସ୍‌ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ବସ୍‌ ନ ଚାଲିବା ସତ୍ବେ ଦୁଇ ବର୍ଷର ଭଡା ଦେବାକୁ ଦାବି କରିଥିଲେ। କେବଳ ଗୁରୁ ନାନକ ପବ୍ଲିକ ସ୍କୁଲ ନୁହେଁ ସହରର ଅନ୍ୟ କେତେକ ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲ ଅନ୍‌ ଲାଇନ୍‌ ପାଠ ପଢ଼ାଇ ବର୍ଦ୍ଧିତ ଟ୍ୟୁସନ୍‌ ଫି ଦେବାକୁ ପିଲାମାନଙ୍କୁ କହିଛି। ସହରରେ ଏଭଳି ଘରୋଇ ସ୍କୁଲ ଜୁଲମ୍‌କୁ ରୋକିବାକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଭିଭାବମାନେ ନିବେଦନ କରିଛନ୍ତି।

Leave a Comment