ଆଜିର 5ଟି ଅନୁଚିନ୍ତା,ନିଶ୍ଚିନ୍ତ ପଢନ୍ତୁ,ମିଳିବ ବ୍ରମହଃ ଜ୍ଞାନ:-

ଗୋଟେ କଥା ସର୍ବଦା ମନେ ରଖିଥିବେ, ଅପଣଙ୍କ ସହିତ ଯିଏ ବି ଖରାପ କରୁଛି ତା ସହିତ ହିସାବ ନେବାକୁ ଭାବନ୍ତୁ ନାହିଁ କାରଣ ହିସାବ ନେବା କାମ ଅପଣଙ୍କର ନୁହଁ..ଆପଣଙ୍କର କାମ ଯାହା ଚାଲୁଛି ତାକୁ ଭୁଲି ଆଗକୁ ବଢ଼ିବା, ହିସାବ ନେବା ଲୋକ ଯେତେବେଳେ ନେବ ତା ଠାରୁ ସବୁକିଛି ନେଇଯିବ।

1-ମଣିଷ ସେତେବେଳେ ଏକା ଜିଇଁବା ଶିଖି ଯାଇଥାଏ ଯେତେବେଳେ ସେ ବୁଝିଯାଇଥାଏ ଏ ଦୁନିଆରେ ସମସ୍ତେ ନିଜ ସ୍ବାର୍ଥ ହାସଲ ପାଇଁ ବ୍ଯସ୍ତ ରୁହନ୍ତି।

2-ଦୁନିଆରେ ସମସ୍ତଙ୍କ ପ୍ରତି ଦୟାଳୁ ହୁଅନ୍ତୁ। ଛୋଟ, ବଡ଼, ଧନୀ, ଗରିବ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବନା ରଖନ୍ତୁ । ଅନ୍ୟକୁ ସମ୍ମାନ ଦେବା ଶିଖନ୍ତୁ । କାରଣ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ।

3-ଗୋଟିଏ କଥା ମନେରଖନ୍ତୁ ଯେ ସୁନ୍ଦର ଲୋକମାନେ ସବୁବେଳେ ଭଲ ହୋଇ ନ ଥାଆନ୍ତି ,କିନ୍ତୁ ଭଲ ଲୋକମାନେ ସବୁବେଳେ ସୁନ୍ଦର ହୋଇଥାଆନ୍ତି ।

4-ଏ ସଂସାର ପରିବର୍ତ୍ତନଶୀଳ ଅଟେ , କେତେବେଳେ ସୁଖ ତ କେତେବେଳେ ଦୁଃଖ , ସୁଖର ଚାରି ଦିନପରେ ପୁଣି ଦୁଃଖର ସମୟ ଆସିଥାଏ, ତେଣୁ ସଦାସର୍ବଦା ନିଜକୁ ସେହିପରି ଗଢ଼ନ୍ତୁ ।

5-କଥାରେ ଅଛି ସଫଳ ବ୍ୟକ୍ତିଙ୍କ ମତକୁ ଗ୍ରହଣ କରି କର୍ତ୍ତବ୍ୟନିଷ୍ଠ ଓ ନୀତିନିଷ୍ଠ ଭାବରେ ଯେ କୌଣସି କାର୍ଯ୍ୟକୁ ସମ୍ପନ୍ନ କରନ୍ତୁ ସଫଳତା ଆପେ ଆପେ ଆପଣଙ୍କୁ ମିଳିଯିବ ।

 

 

Leave a Comment