କୁନି ଝିଅ ହାତରୁ ମାଙ୍କଡ଼ ଖାଇଲା ବାଦାମ,ଏକ ନୂଆ ଭଲ ପାଇବା ଦେଖନ୍ତୁ ଏଠି:-

ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଜେତିକି ଖୁସି ହେବେ ସେତିକି ଭାବ ପ୍ରବଣ ମଧ୍ଯ ହୋଇ ଯିବେ। କାରଣ ଏ ଭିଡିଓ ସେହିପରି କିଛି ଦୃଶ୍ୟକୁ ବୟାନ କରୁଅଛି। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ହାଇଚଇ ସୃଷ୍ଟି କରିଛି।

 

 

ଏଠାରେ ଜଣେ କୁନି ଝିଅର ପଶୁ ପ୍ରତି ଥିବା ସ୍ନେହ ମମତା ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କିପରି ଭାବରେ ଜଣେ କୁନି ଝିଅ ମାଙ୍କଡ଼ ମାନଙ୍କୁ ସାହସର ସହ ବାଦାମ ଖାଇବା ପାଇଁଦେଉଛି ତାହା ଏଠାରେ ଦେଖିବାକୁ ମିଳିଛି। ତେବେ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ। ଲୋକ ମାନଙ୍କର ଜୀବଜନ୍ତୁ ପ୍ରତି କିପରି ସ୍ନେହ ମମତା ଏବଂ ଭଲପାଇବା ରହିଥାଏ ତାହା ଆପଣ ଏହି ଘଟଣାର ଭିଡିଓ ଦେଖିଲେ ସ୍ପଷ୍ଟ ହୋଇଯିବେ। ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ।

 

କାରଣ ଏଠାରେ ସେହିଭଳି କିଛି ଘଟଣା ଘଟିଛି। ଜଣେ ଛୋଟ କୁନି ପିଲା ହୋଇ ମଧ୍ଯ ସେ ଯେଉଁଭଳି ଭାବରେ ସାହସିକତା ର ସହିତ ମାଙ୍କଡ଼ ମାନଙ୍କ ପାଖକୁ ଆସି ସେମାନ ଙ୍କୁ ବାଦାମ ଖାଇବା ପାଇଁ ଦେଉଛି ଏବଂ ମାଙ୍କଡ ମାନଙ୍କ ମଝିରେ ବସି ସେ ସେମାନଙ୍କୁ ଖୁଆଉଚି ତାହା ଦେଖିଲେ ହଠାତ ବିଶ୍ୱାସ କରିବା ସମ୍ଭବ ପର ନୁହେଁ। କିନ୍ତୁ ଏହି କୁନି ଝିଅଟି ଆସି ବ୍ୟାଗରେ ବାଦାମ ପୂରାଇ ଆଣି ସେଥିରୁ ବାହାର କରି ପ୍ରଥମେ ତଳେ ପକାଉଛି ଏବଂ ମାଙ୍କଡ଼ ମାନେ ଖାଉଛନ୍ତି।

 

କିଛି ସମୟ ପରେ ସେ ଏମାନଙ୍କ ମଝିରେ ବସି ହାତରେ ବାଦାମ ବାହାର କରି ଦେଉଛି। ଆଉ ଏହାପରେ ମାଙ୍କଡ଼ ମାନେ ପିଲାଟିର ବ୍ୟାଗକୁ ଟାଣି ନେଉଛନ୍ତି ଏବଂ ନିଜେ ବାଦାମ ବାହାର କରି ଖାଉଛନ୍ତି। ଯାହାକୁ ଦେଖି ପିଲାଟି କୁନି କୁନି ଆଖିରେ କାନ୍ଦିବାକୁ ଲାଗୁଛି। ପିଲାଟି କାନ୍ଦିବାର ଦେଖି ମାଙ୍କଡ଼ ମାନେ ତାକୁ ଚାହିଁ ରହୁଛନ୍ତି। ତେବେ ଏହିଭଳି ଭାବରେ ସୁନ୍ଦର୍ ଦୃଶ୍ୟ ଦେଖିବା ପରେ ଯେତିକି ଖୁସି ଲାଗୁଛି ଏମାନଙ୍କ ସଂପର୍କ ଏବଂ ନିବିଡତା ଦେଖି ସେତିକି ଭାବ ବିହ୍ୱଳ ମଧ୍ୟ ଲାଗୁଛି।

 

 

Leave a Comment