+2 ପରୀକ୍ଷାକୁ ନେଇ ଆସିଲା ଆଉ ଏକ ବଡ଼ ନୋଟିସ,ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ନୋଟିସ ରେ କଣ ଦିଆ ଯାଇଛି:-

ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ସବୁଠୁ ବଡ ଖବର । ଏପ୍ରିଲ 28 ତାରିଖରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପରୀକ୍ଷା ହେବ। 3 ଲକ୍ଷ 20ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଖରାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ 9 ଟାରୁ ପରୀକ୍ଷା ଆରମ୍ଭ ହେବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।


ତେବେ ଏଥରର କେମିତି ମୂଲ୍ୟାୟନ କରାଯିବ ସେ ନେଇ ସବିଶେଷ ତଥ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ନେଇ ଦୁଇଟି ସ୍କିମ୍ କରାଯାଇଛି । ପ୍ରଥମରେ ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ । ଦ୍ୱିତୀୟରେ ବାର୍ଷିକ ପରୀକ୍ଷାର 80 ପ୍ରତିଶତ ଓ ତିନିଟି କ୍ୱାର୍ଟର ଏଣ୍ଡେରେ ହୋଇଥିବା ପରୀକ୍ଷାର 20 ପ୍ରତିଶତ ଅନୁସାରେ ମାର୍କ ଦିଆଯିବ। ଦୁଇଟି ସ୍କିମରୁ ଯେଉଁଥିରେ ସର୍ବାଧିକ ରହିବ, ତାହା ଚୂଡାନ୍ତ ମାର୍କ ହେବ। ପରୀକ୍ଷା ଓ ମୂଲ୍ୟାୟନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି।

 

Leave a Comment