ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଲା ଭକ୍ତଙ୍କ ସୁଅ,ଧସି ହୋଇ ପଶିଲେ ଭକ୍ତଗଣ:-

ଆଜି ପବିତ୍ର ଦୋଳପୂର୍ଣ୍ଣମୀ। ପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଜି ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼। ବଡ଼ଦାଣ୍ଡରେ ଜମିଥିଲା ଜନ ସମୁଦ୍ରର ଲହରୀ। ଲମ୍ବା ଲାଇନ୍‌ ସହ ଅସହ୍ୟ ତାପ ସହି ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ହେଲା ଧୈର୍ଯ୍ୟଚ୍ୟୁତ । ପ୍ରଭୁଙ୍କୁ ଦେଖିବାକୁ ବାରିକେଡ ଭାଙ୍ଗି ଧସେଇ ପଶିଲେ ହଜାର ହଜାର ସଂଖ୍ୟାରେ ଭକ୍ତ ।  ଏଥିଯୋଗୁ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହେଲା ଦଳାଚକଟା ସ୍ଥିତି । ହେଲେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ନିୟନ୍ତ୍ରିତ କରାଯିବାରୁ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାପଡି ଅଛି।।


ଆଜି ଦୋଳପୂର୍ଣ୍ଣମୀରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ। ଜଗାକୁ ଟିକେ ମନ ଭାରି ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଛି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍‌ ଲାଗିଛି। ଶ୍ରୀମନ୍ଦିର ସମ୍ମୁଖରେ  ବାରିକେଡରେ 300ରୁ 400ଫୁଟ ପର୍ଯ୍ୟନ୍ତ ଭିଡ଼ ହୋଇଥିବା ବେଳେ ବଡଦାଣ୍ଡରୁ ମାର୍କେଟ ଛକ ପର୍ଯ୍ୟନ୍ତ ମଧ୍ୟ ଭିଡ଼ ଜମିଛି। ଠାକୁରଙ୍କ ନୀତିକାନ୍ତି ଚାଲୁଥିବା ବେଳେ ଘଣ୍ଟା ଘଣ୍ଟା ବାହାରେ ଖରାରେ ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ଧୈର୍ଯ୍ୟ ସୀମା ଲଘିଂଲା। ଅତିଷ୍ଠ ଭକ୍ତ ବାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ । ହେଲେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ଆୟତ୍ତ କରାଯାଇଛି।


ଏବେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ବାହାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଅସହ୍ୟ ହୋଇପଡ଼ୁଛି। ଖରାଦିନେ ଆବଶ୍ୟକ ମୁତାବକ ପାଣି ଯୋଗାଇବା ନିମନ୍ତେ ସଠିକ୍‌ ବ୍ୟବସ୍ଥା ହୋଇ ନ ଥିବା ସହ ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ କିଛି ସୂଚନା ମିଳୁ ନାହଁ । ତେଣୁ ଆଜି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା କହିଛନ୍ତି ବହୁ ଭକ୍ତ ଗଣ।

Leave a Comment