ଏହି ଉପାୟରେ ସହଜରେ ଦେହରୁ ଛଡାନ୍ତୁ ହୋଲି ରଙ୍ଗ

ହୋଲିରେ ସମସ୍ତେ ରଙ୍ଗ ଖେଳନ୍ତି। ବର୍ଷକୁ ‌ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଏହି ଦିନକୁ ଅପେକ୍ଷା କରିଥାନ୍ତି। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ। ତେବେ କ’ଣ କଲେ ଆପଣ ସୁରକ୍ଷିତ ଭାବେ ହୋଲି ଖେଳିପାରିବେ ଆସନ୍ତୁ ତା ବିଷୟରେ ଜାଣିବା।

 

ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟକର ହୋଇପଡେ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍‌କୁ ଭଲଭାବରେ ମାଲିସ କରି ଦିଅନ୍ତୁ। ରଙ୍ଗ ଖେଳିସାରି ପରିସ୍କାର ହେଲାବେଳେ ହୋଲି ରଙ୍ଗ ସହଜରେ ଛାଡିଯିବ।

 

ହୋଲି ଖେଳିଲାବେଳେ କେଶ ଉପରେ କ୍ୟାମିକଲ୍‌ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ରହିଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁକଲେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ। ଗାଧୋଇବା ପରେ ନଡ଼ିଆ ତେଲ ଲଗାନ୍ତୁ। ଏହାଦ୍ୱାରା ରାସାୟନିକ ରଙ୍ଗ ପ୍ରଭାବରେ ଶୁଷ୍କ ପଡ଼ିଥିବା ଚର୍ମ କୋମଳ ରହିବ। କାରଣ ଏଥିରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟିବ୍ୟାକ୍ଟରିଆର ଗୁଣ ରହିଛି। ଏହା ଶରୀରକୁ ପୋଷଣ ଯୋଗାଇଥାଏ ଓ ସଂକ୍ରମଣରୁ ରକ୍ଷା କରିଥାଏ।

 

 

 

 

 

Leave a Comment