ମୃତ୍ୟୁର 24 ଘଣ୍ଟା ପରେ କାହିଁକି ଆତ୍ମା ପୁଣି ନିଜ ଘରକୁ ଆସିଥାଏ :-

ବନ୍ଧୁଗଣ ଆପଣଙ୍କୁ ଜାଣଇ ଦେଉଛୁ ମୃତ୍ୟୁର 24 ଘଣ୍ଟା ପରେ ଆତ୍ମା ନିଜ ଘରକୁ କାହିଁକି ଆସିଥାଏ । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଏଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆପଣଙ୍କର ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହା ହେଉଛି ଏକ ସତ୍ୟ ଘଟଣା ଯାହାକୁ ଆପଣ ମାନେ ଗୁଗଲ କିମ୍ବା ୟୁଟ୍ୟୁବରେ ସର୍ଚ କରି ଦେଖି ପାରିବେ । ହରିୟଣାର ପଲବଲରେ ଏକ ଯୁବକ ରହୁଛି ଯାହାର ବୟସ ହେଉଛି 15 ବର୍ଷ । 2016 ମସିହାରେ ସେ ଯେତେବେଳେ 10 ବର୍ଷର ଥିଲା ସେତେବେଳେ ସେ ନିଜ ବାପାଙ୍କ ସହ ଏକ ମୋଟର ସାଇକେଲରେ ନିଜ ପିଇଶି ଘରକୁ ଯାଉଥିଲା ।

ରାସ୍ତାରେ ଯାଉଥିବା ବେଳେ ରାହୁଲ ନିଜ ବାପାଙ୍କୁ ଅଧା ବାଟରେ କହିଲା ତାକୁ ନିଜ ଗାଁକୁ ଯିବାର ଅଛି ଓ ସେହି ଗାଁଟି ହେଉଛି ବାସୁଆ । ଅଧିକ ଜିଦି କରିବାରୁ ବାପା ସେହି ଗାଁକୁ ନେଇ ଯାଇଥିଲେ ଗାଁକୁ ପହଞ୍ଚିବା ମାତ୍ରେ ରାହୁଲ ଗୋଟେ ଘର ଭିତରକୁ ଦଉଡି ପଶି ଯାଉଛି ।ସେହି ଘରେ 45 ବର୍ଷୀୟ ଜଣେ ମହିଳା ଥିଲେ ଓ ତାଙ୍କର ତିନୋଟି ଛୁଆ ମଧ୍ୟ ଥିଲେ ।


ରାହୁଲ କହିବା ଅନୁସାରେ ସେ ମହିଳା ହେଉଛନ୍ତି ତାଙ୍କର ପତ୍ନୀ ଓ ତାଙ୍କ ଛୁଆ ମାନଙ୍କର ନାମ ମଧ୍ୟ ରାହୁଲ କହିଦେଲା । ଏହି ଖବର ଗାଁରେ ଚର୍ଚ୍ଚାର ବିଷୟ ପାଲଟିଗଲା । ଗାଁ ଭିଡକୁ ଦେଖି ରାହୁଲ କେତେକ ଲୋକଙ୍କ ନାମ ମଧ୍ୟ କହିଦେଲା । ହେଲେ ରାହୁଲ କେବେ ସେହି ଗାଁକୁ ଯାଇ ନଥିଲା । ରାହୁଲର କହିବା ମୁତାବକ ତାର ପୁନଃ ଜନ୍ମ ହୋଇଛି ପୂର୍ବ ଜନ୍ମରେ ତାର ନାମ ଧନରାଜ ଥିଲା ।

Leave a Comment