ଓଡିଶା ବିଜେପି ଭାର ସମ୍ଭାଳିବେ ଧର୍ମେନ୍ଦ୍ର ଙ୍କ ପତ୍ନୀ ମୃଦୁଳା !!!

ଓଡିଶା ବିଜେପି ର ପରାଜୟ କୁ ନେଇ ସବୁଆଡେ ଚର୍ଚା ଚାଲିଥିବା ବେଳେ ପୌର ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ନକରିବା ଆହୁରି ଚର୍ଚା ଧରିଛି ତେବେ ଏହି ସମୟରେ ବିଜେଡି ନେତା ତଥା ଓଟିଭି ଖୋଲା କଥା ର ଫ୍ରେମ ସତ୍ୟଜିତ ମିଶ୍ର ଙ୍କ ଲେଖା ଏବେ ରାଜନୀତି ମହଲ ରେ ଜୋରଦାର ଆଲୋଚନା ହେବାରେ ଲାଗିଛି I ଏମିତିରେ ତ ଆପଣ ଜାଣିଛନ୍ତି ସତ୍ୟଜିତ ଙ୍କ ଭଳି ଜଣେ ଗମ୍ଭୀର ବିସ୍ଲେସକ ଲେଖିଛନ୍ତି ମାନେ କଥାରେ ନିହାତି କିଛି ଥିବ I ତେବେ ଓଡିଶା ବିଜେପି ର ଆଗାମୀ ଦିନରେ ଧର୍ମେନ୍ଦ୍ର ଙ୍କ ପତ୍ନୀ ମୃଦୁଳା ଭାର ସମ୍ଭାଳିବେ ବୋଲି ନିଜ ଟାଇମ ଲାଇନ ରେ ଲେଖିଛନ୍ତି ସତ୍ୟଜିତ I ସତ୍ୟଜିତ ଲେଖିଛନ୍ତି କି

” କିଛି ସଙ୍କେତ ଆପଣଙ୍କୁ ପଢିବାକୁ ପଢିବ। ସଙ୍କେତ ପଢିବାକୁ ହେଲେ ଆପଣଙ୍କୁ ଅତ୍ୟନ୍ତ ସୂକ୍ଷ୍ମତାର ସହ ଘଟଣାକ୍ରମ ଇପରେ ଲକ୍ଷ୍ୟ କରିବାକୁ ହେବ, ଭିତରେ ଭିତରେ ତର୍ଜମା କରିବାକୁ ହେବ। ଗର୍ବ କରୁ ନାହିଁ, କିନ୍ତୁ ସେଥିପାଇଁ ମୋ ପୂର୍ବାନୁମାନ କେବେ ଭୁଲ ହୁଏନି।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ। ହଁ, ସେ BJP ସଭାପତି ହେବେ। ବର୍ତ୍ତମାନ ସେ BJP ର ଏକମାତ୍ର ନେତା ଯାହାଙ୍କର ବିଭିନ୍ନ ରାଜ୍ୟରେ ପ୍ରଭାରୀ ରହିଛନ୍ତି। ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଉ ଏବେ UP. ଏ ରାଜ୍ୟଗୁଡିକୁ BJP ର ହୃଦୟ କୁହାଯାଏ। ଏଥିସହ ସେ ଛାତ୍ର ସଂଗଠନ ABVPର ଜାତୀୟ ସାଧାରଣ ସମ୍ପାଦକ ବି ଥିଲେ। ଦଳ ଓ ସଂଗଠନ ସହ ଜଡିତ ଥିବାରୁ ନାଡ଼ାଙ୍କ ପରେ ତାଙ୍କ ନାଁ ନିଶ୍ଚିତ ଆସିବ। ଏଥି ସହିତ ସେ ଅମିତ ଶାହଙ୍କର ଅତ୍ୟନ୍ତ ଖାସ ବୋଲି କୁହାଯାଏ। ତେଣୁ କେନ୍ଦ୍ରୀୟ ନେତୃତ୍ୱ ଏକରକମର ମନ ବନାଇ ସାରିଲାଣି। ଆଉ ଏକ କାରଣ ହେଲା କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଜାଣି ସାରିଛି ଯେ ନା ଧର୍ମେନ୍ଦ୍ର ନା ଆଉ କେହି ନବୀନଙ୍କୁ ହଟାଇ ପାରିବେ ନାହିଁ। ତେଣୁ ଏଠାରେ ଧର୍ମେନ୍ଦ୍ରଙ୍କ ଶକ୍ତି ନଷ୍ଟ ନକରି ବରଂ ଦେଶ ପାଇଁ ଲଗାଇବ।

ଏହାର ସ୍ଥିର ଆଭାସ ବି ପାଇଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ସେ ପ୍ରଥମ ଥର ପାଇଁ ଏଥର ମୃଦୁଳା ଭାଉଜଙ୍କୁ ଓଡ଼ିଶାରେ Introduce କରିଛନ୍ତି। ମୃଦୁଳା ଭାଉଜ ବି ABVP ର ଟାଣୁଆ ନେତ୍ରୀ ଥିଲେ। ଏପରିକି ଧର୍ମେନ୍ଦ୍ରଙ୍କ ଠାରୁ ସେତେବେଳେ ଅଧିକ ପ୍ରଭାବୀ ଥିଲେ। ମାତ୍ର ବିବାହ ପରେ ରାଜନୀତି ଧର୍ମେନ୍ଦ୍ରଙ୍କ ହାତରେ ଛାଡି ଦେଇ ପିଲାଙ୍କ ଭବିଷ୍ୟତ ଗଢିବାରେ ସମୟ ଦେଲେ। ଏବେ ତାଙ୍କ ପିଲା ଆମେରିକାରେ ଉଚ୍ଚଶିକ୍ଷା କରୁଛନ୍ତି। ତେଣୁ ଜଣେ ମାଆ ଭାବେ ସଫଳ ହେବା ପରେ ଧର୍ମେନ୍ଦ୍ରଙ୍କ ନିର୍ଦେଶରେ ପୁଣି ରାଜନୀତିର ମଙ୍ଗ ଧରିଛନ୍ତି। ଏଥିରେ କିଛି ଅସ୍ୱାଭାବିକତା ନାହି। ପିଲା ପାରିଲା ପରେ ପ୍ରିୟଙ୍କା ଗାନ୍ଧୀବି ରାଜନୀତିକୁ ଆସିଲେ। ଆପଣ ସମସ୍ତଙ୍କ ଅଜାଣତରେ ଏଥର ପଞ୍ଚାୟତ ନିର୍ବାଚନରେ ସେ ଢେଙ୍କାନାଳ-ଅନଗୁଳରେ Legwork କରିଛନ୍ତି।

ମୃଦୁଳାଙ୍କ ରଣନୀତି କାହାକୁ ଦିଶୁ ନଦିଶୁ BJD କିନ୍ତୁ Smell କରିଥିଲା। ଏବଂ ପ୍ରଭାବୀ MLA ସୁଶାନ୍ତ ରାଉତଙ୍କୁ ହଠାତ ଅନଗୁଳ ଦାୟିତ୍ୱ ଦିଆ ଯାଇଥିଲା। ଏଥିରୁ ଆପଣ ଜାଣି ପାରୁଥିବେ, BJD ବି ଜାଣି ସାରିଛି, ମୃଦୁଳା ଭାଉଜ 2024ରେ BJPର ଓଡିଶା ମୁହଁ ହେବେ।


ତେବେ ଏଥିରେ ଲାଭ କାହାର?
କ୍ଷତି କାହାର ତ ଆପଣ ଜାଣିଛନ୍ତି, ଲାଭ କିନ୍ତୁ ଲେଖାଶ୍ରୀ ଓ ସମୀର ମହାନ୍ତି ଓ ପୁଲକ ଭାଇଙ୍କର ହେବା ଥୟ। ଭାବନ୍ତୁ, ଧର୍ମେନ୍ଦ୍ର ସଭାପତି ହେଲେ, ଏ ତିନି ଜଣ ନିଶ୍ଚିତ ତିନୋଟି ରାଜ୍ୟର ପ୍ରଭାରୀ ହେବେ। PERSONAL chopperରେ ଯାଇ ବାଙ୍ଗାଲୋର, ବମ୍ବେ କି ଅହମ୍ମଦାବାଦରେ ଓଲହୋଉଥିବେ।
ଗୋଲୋକ ଭାଇଙ୍କ ନାଁ କଟିଯିବ କାରଣ ସେ ଅଶ୍ୱିନୀ ବୈଷ୍ଣବଙ୍କ ସହ କୋରାପୁଟ ପଳେଇଥିଲେ। ପୃଥ୍ବୀରାଜ ହରିଚନ୍ଦନଙ୍କ ନାଁ ବି କଟିଯିବ କାରଣ ସେ ଚିଲିକାକୁ ଅପରାଜିତାଙ୍କୁ ନେଇ ଯାଇଥିଲେ। ଏବେଠୁ ମୁଁ ଏସବୁ ଦେଖି ପାରୁଛି। ତେବେ ଆପଣ କଣ ଭାବୁଛନ୍ତି ? ମତାମତ ରେ ଲେଖିବେ

Leave a Comment