ଗାଳିବ 3 ଦିନ,ହେବ ପ୍ରବଳ ବର୍ଷା:-

ଆସନ୍ତା 21 ରୁ 3 ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଉଛି। 21ରୁ 23 ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। 21 ତାରିଖରେ ରାୟଗଡ଼ା, ଗଂଜାମ ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି 22 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଂଜରେ ବର୍ଷା ହୋଇପାରେ।

23 ତାରିଖରେ ମଧ୍ୟ ଉପକୂଳବର୍ତ୍ତି ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସୂଚନା ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି। ଯେଉଁ ଲଘୁଚାପ କ୍ଷେତ୍ରଟି ପୂର୍ବରୁ ଥିଲା ତାହା ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରି ଘନୀଭୁତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି।

 

Leave a Comment