ତୃତୀୟ ଦିନରେ 14 ଲକ୍ଷ କରୋନା ପଜିଟିଭ୍‌,ହେବ ଲକଡାଉନ:-

ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରେ କରୋନା ଭାଇରସର ଲହର ଚିନ୍ତାଜନକ ଭାବେ ବଢ଼ିଚାଲିଅଛି। ଦକ୍ଷିଣ ପୂର୍ବ ଏସିଆ କଥା ଯଦି ଚିନ୍ତା କରିବା ତା’ହେଲେ 14 ମାସ ପରେ ଚୀନରେ କରେନା ପୁଣି ଥରେ ସକ୍ରିୟ ହୋଇଉଠିଛି। ହଙ୍ଗକଙ୍ଗ୍‌ରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା 10 ଲକ୍ଷ ଅତିକ୍ରମ କରିଛି। ଏହି ସଂକ୍ରମଣ ଏପର୍ଯ୍ୟନ୍ତ 5401 ଜଣଙ୍କର ଜୀବନ ନେଇସାରିଛି। 2019 ରେ ସଂକ୍ରମଣ ବ୍ୟାପିବା ପରେ ଏପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ 4636 ରୁ ମଧ୍ୟ ଏହା ଅଧିକ ଅଟେ। ମୃତଦେହଗୁଡ଼ିକୁ ରେଫ୍ରିଜେରେଟେଣ୍ଡ ଶିପିଙ୍ଗ କଣ୍ଟେନରରେ ରଖିବାକୁ ପଡୁଛି । କାରଣ ସଂକ୍ରମଣ ଯଦି ବଢ଼ିବ ତା’ହେଲେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଯିବ ।

କରୋନା ସଂକ୍ରମଣର ଏବେ ଦକ୍ଷିଣ କୋରିଆରେ ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଅତିକ୍ରମ କରିସାରିଛି । ଅର୍ଥାତ ୧୪ ଲକ୍ଷ ଲୋକ କେବଳ ୩ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଠାରୁ ଶନିବାର ମଧ୍ୟରେ ଦକ୍ଷିଣ କୋରିଆରେ ୧୪ ଲକ୍ଷ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ତେବେ ଦକ୍ଷିଣ କୋରିଆରେ ଯେଭଳି ଭାବେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି, ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ଭାରତରେ କରୋନାର ଏପର୍ଯ୍ୟନ୍ତ 3ଟି ଲହର ଅତିକ୍ରମ କରିସାରିଥିବା ବେଳେ ଚତୁର୍ଥ ଲହର ଆଶଙ୍କା ଦେଖାଯାଇଛି ।

ୟୁରୋପର ଫ୍ରାନ୍ସ, ଇଂଲଣ୍ଡ ଏବଂ ଇଟାଲିରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ 30 ପ୍ରତିଶତରୁ ଅଧିକ ବଢ଼ିଛି। ବିଶ୍ୱବ୍ୟାପୀ ଦୈନିକ ସଂକ୍ରମଣ ମଧ୍ୟ ବଢ଼ିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ 12 ପ୍ରତିଶତ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଜାରି କରା ଯାଇଛି ।

 

 

Leave a Comment