ଦିନେ କମିଲା,ପୁଣି ହୁ ହୁ ହୋଇ ବଢି ଚାଲିଲା ସଂକ୍ରମଣ କେସ,ହେବ ଲକଡାଉନ:-

ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ 24 ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ 1 ହଜାର 761 ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ପୁଣି ବୃଦ୍ଧି ପାଇ 127 ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା30 ହଜାର ତଳେ ରହିଛି। ଏହା 26 ହଜାର 240 ରହିଛି। ସେହିପରି 24 ଘଣ୍ଟାରେ 3 ହଜାର 196 ଜଣ ସୁସ୍ଥ ହୋଇଛନ୍ତି।


ଦେଶରେ କରୋନା ମୃତକଙ୍କ ସଂଖ୍ୟା 5 ଲକ୍ଷ 16 ହଜାର 479 ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ 4 କୋଟି 30 ଲକ୍ଷ 7 ହଜାର 851 ଜଣ ଆକ୍ରାନ୍ତ ହୋଇଥିବାବେଳେ 4 କୋଟି 24 ଲକ୍ଷ 65 ହଜାର 122 ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ 24 ଘଣ୍ଟାରେ କେରଳର ସର୍ବାଧିକ 719 ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମ୍‌ରେ 234 ଜଣ ଏବଂ କର୍ନାଟକରେ 173 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା 181 କୋଟି 20 ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ 91 କୋଟି 20 ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ 78 କୋଟି 50 ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Leave a Comment