ଆଉ ଏକ ନୂଆ ଭାଇରଲ ବୟ,ଘଣ୍ଟାକରେ ଚାରି ଲକ୍ଷ ଲୋକ ଦେଖିଲେ ଭିଡ଼ିଓ:-

ବିଳମ୍ବ ରାତିରେ ଦିଲ୍ଲୀର ସଡକରେ 19 ବର୍ଷର ଯୁବକ ଦୌଡୁଥିଲେ।  ଆଉ ଏହି ଦୌଡିବାର ଭିଡିଓ ସୋସିଆଲ ମିଡିଆରେ ହୁ ହୁ ହୋଇ ଭାଇରାଲେ ହେବା ପରେ ମାତ୍ର 4 ଘଣ୍ଟାରେ 12 ଲକ୍ଷ ଲୋକ ଦେଖିସାରିଲେଣି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି। ଦୈଡୁଥିବା ଏହି ଯୁବକ ହେଉଛନ୍ତି ପ୍ରଦୀପ ମେହରା। ଏମିତି ଦୌଡିବା ତାଙ୍କର ନୀତିଦିନର ଅଭ୍ୟାସ। ଦିଲ୍ଲୀର ନୋଏଡାରେ ଥିବା MCdonaldରେ ସେ କାମ କରନ୍ତି। ଆଉ କାମ ସାରି ରାତିରେ ଫେରିବା ସମୟରେ ସେ 10 କି.ମି ଦୌଡି ଦୌଡି ଘରକୁ ଫେରନ୍ତି।

ତେବେ ଦିନେ ରାତିରେ ସେ ଫେରିବା ସମୟରେ ଗାଡିରେ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ଯାଉଥିଲେ। ସେ କାର୍ ରେ ଯାଉଥିବାବେଳେ ତାଙ୍କୁ ମଧ୍ୟ କାର୍ ରେ ନେଇ ଘରେ ଛାଡିଦେବେ ବୋଲି କହିଥିଲେ। ହେଲେ ସେ ମନା କରିଦେଇଥିଲେ। ଆଉ କହିଥିଲେ ମୁଁ ଏମିତି ଦୌଡି ଦୌଡି ଘରକୁ ଫେର

ଯାହା ବିନୋଦ କାପ୍ରିଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କ ସହ ଆଉ ଅଧିକ କଥା ହେବା ପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ। ସେଥିପାଇଁ ସେ ଏହି ଭିଡିଓ ବନାଇଥିଲେ। ପ୍ରଦୀପ ମଧ୍ୟ ଦୌଡି ଦୌଡି ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ଲାଗିଥିଲେ। ଦେହରୁ ଝାଳ ବାହାରୁନଥିଲା କି ବିରକ୍ତି ପ୍ରକାଶ କରୁନଥିଲେ ଖୁବ ଶାନ୍ତ ଓ ନମ୍ରତାର ସହ ସେ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲିଥିଲେ। ଆଉ କହିଥିଲେ ମତେ ଆର୍ମୀରେ ଯିବାକୁ ଇଚ୍ଛା ଅଛି। ଆଉ ଯେହେତୁ ତାଙ୍କୁ ଆଉ କେତେବେଳେ ସମୟ ମିଳେନି ସେଥିପାଇଁ ସେ ରାତିରେ ଦୈଡିବାକୁ ଭଲ ପାଆନ୍ତି। ଘରେ ବାପା ମା ରହୁଥିବାବେଳେ ଦିଲ୍ଲୀରେ ସେ ତାଙ୍କ ଭାଇଙ୍କ ସହ ରୁହନ୍ତି। ଆଉ ରାତିରେ ଘରକୁ ଗଲାପରେ ନିଜେ ରୋଷେଇ କରି ଖାଆନ୍ତି। ତାଙ୍କୁ ବାରମ୍ବାର ଗାଡିରେ ନେଇ ଛାଡିଦେବାକୁ ବିନୋଦ କାପ୍ରି କହିଥିବା ସତ୍ତ୍ୱେ ସେ ଯିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ ।

 

 

Leave a Comment