କାଚା ବାଦାମ ଫେମସ ପରେ ଭୁବନ ବିଦ୍ୟାକର ଅହଙ୍କାର ଦେଖାଇ କହିଲେ ଏହି କଥା, ଦେଖିକି ଆପଣଙ୍କ ରକ୍ତବି ଗରମ ହେଇଯିବ:-

କାଚା ବାଦାମ୍ ଗୀତ ଫେମସ ପରେ ଭୁବନ ବିଦ୍ୟାକର ଶେଷରେ ଅହଙ୍କାର ଦେଖାଇ ଏମିତି କହି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛନ୍ତି।

 

ସୋସିଆଲ ମିଡିଆ ଏପରି ଏକ ଜିନିଷ ଯିଏ ଆପଣଙ୍କୁ ରାତାରାତି ଷ୍ଟାର କରି ଦେଇପାରେ। ପଶ୍ଚିମବଙ୍ଗର ଭୁବନ ବିଦ୍ୟାକର ନାମକ ଜଣେ ବ୍ୟକ୍ତିଙ୍କ କାଚା ବାଦାମ୍ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଗୀତଟି ଭାଇରାଲ ହେବା ପରେ ଏବେ ମ୍ୟୁଜିକ କମ୍ପାନୀ ଭୁବନ ବିଦ୍ୟାକରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ବେଳେ ଅନେକ ଅଫର୍ କାଚା ବାଦାମ୍ ଗୀତିକାରଙ୍କୁ ମିଳିଛି ଆଉ ଏହାରି ମଧ୍ୟରେ ଭୁବନ ବିଦ୍ୟାକରଙ୍କ ଏକ ବାର୍ତ୍ତା ଖୁବ୍ ଭାଇରାଲ ହେବାରେ ଲାଗିଛି।

କଲିକତାର ଏକ ନ୍ୟୁଜ୍ ଚ୍ୟାନେଲ ଭୁବନ ବିଦ୍ୟାକରଙ୍କ ସାକ୍ଷାତକାର ନେଇଥିଲେ ତେବେ ଏହି ସମୟରେ ଭୁବନ ବିଦ୍ୟାକର କହିଛନ୍ତି ଯେ ସେ କାଚା ବାଦାମ ବିକିବା ବନ୍ଦ୍ କରି ଦେଇଛନ୍ତି ଆଉ କହିଛନ୍ତି କି ମୁଁ କଳାକାର ହେବାକୁ ଚାହୁଁଛି କାରଣ ମୁଁ ଏବେ ଜଣେ ସେଲିବ୍ରୀଟି ଏବଂ ସେଲିବ୍ରୀଟି ଭାବରେ କାଚା ବାଦାମ୍ ବିକିଲେ ଅପମାନର ଶିକାର ହେବାକୁ ପଡ଼ିବ।

 

ଆଉ ଏଥି ସହିତ ସେ କହିଛନ୍ତି ମୋ ପଡୋଶୀମାନେ ମତେ ବାହାରକୁ ଯିବାକୁ ମନା କରିଛନ୍ତି କାରଣ ଯେହେତୁ ମୁଁ ଏବେ ଜଣେ ସେଲିବ୍ରୀଟି ତେଣୁ ଯଦି ମୁଁ ବାହାରକୁ ଯାଏ ତେବେ ମତେ ଅପହରଣ ବି କରି ନେଇପାରନ୍ତି ତେଣୁ ମୁଁ ଆଉ ବାଦାମ ବିକିବାକୁ ଯାଉନାହିଁ ବୋଲି ସେ କହିଛନ୍ତି ଆଉ ଏହା ପୂର୍ବରୁ ଭୁବନ କଲିକତାରେ ଏକ ନାଇଟ ସୋ ମଧ୍ୟ କରିଥିଲେ ଯେଉଁଥିରେ ସେ ତାଙ୍କ ଫେମସ୍ କାଚା ବାଦାମ୍ ଗୀତ ଗାଇ ଥିଲେ।

 

ଏହି ସମୟେ ସେ ଲୋକମାନଙ୍କୁ ସମ୍ବୋଧିତ କରି କରିଥିଲେ ଯେ ମୁଁ ଆଜି ଆପଣମାନଙ୍କ ସହିତ ଥିବାରୁ ବୋହୁତ ଖୁସୀ ଏଥି ସହିତ ଏକ ଚିକିମିକିଆ ଜ୍ୟାକେଟରେ ଭୁବନ ବିଦ୍ୟାକର ତାଙ୍କ କାଚା ବାଦାମ୍ ଗୀତ ଗାଇ ଦର୍ଶକମାନଙ୍କୁ ଖୁବ୍ ଆକର୍ଷିତ କରିଥିଲେ ଆଉ ସେ ଲୋକମାନଙ୍କୁ କହିଥିଲେ ଯେ ମୁଁ ଏଠାରେ ଆପଣମାନଙ୍କ ସମର୍ଥନ ଯୋଗୁଁ ପହଞ୍ଚି ପାରିଛି କାରଣ ଆପଣ ସମସ୍ତେ ମତେ ବୋହୁତ ଭଲ ପାଇବା ଦେଇଛନ୍ତି ଯାହାକୁ ଶବ୍ଦରେ ବର୍ଣ୍ଣନା କରି ହେବନି ବୋଲି ଭୁବନ ବିଦ୍ୟାକର କହିଛନ୍ତି।

Leave a Comment